ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଋତୁରେ ରୁମ୍‌ ହିଟରର ବ୍ୟବହାର ହୋଇଥାଏ ବିଭିନ୍ନ ରୋଗର କାରଣ।

ଶୀତର ପ୍ରକୋପ ଜାରି ରହିଛି। ଶୀତ ଦାଉରୁ ବଞ୍ଚିବା ପାଇଁ ସାଧାରଣତଃ ଲୋକେ ରୁମ୍‌ ହିଟରର ବ୍ୟବହାର କରିଥାନ୍ତି। ଶୀତରେ ରୁମ୍‌ ହିଟର ଲୋକଙ୍କ ମନକୁ ଖୁସି କରିଦେଇଥିାଏ। ରୁମ୍‌ ହିଟର ଶୀତରୁ ରକ୍ଷା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଅନେକ ରୁମ୍‌ ହିଟର ଲଗାଇ ରାତିରେ ଶୋଇବି ପଡ଼ନ୍ତି। ଯଦି ଆପଣ ବି ଶୀତରୁ ବଞ୍ଚିବା ପାଇଁ ରୁମ୍‌ ହିଟରର ବ୍ୟବହାର କରୁଥାନ୍ତି ତେବେ ଏହି ଖବର ଆପଣଙ୍କୁ ନିରାଶ କରିପାରେ।

୧- ଆପଣ ଯେତେବେଳ ରୁମ୍‌ ଭିତରେ ହିଟର ଲଗାଇଥା’ନ୍ତି ସେଥିରୁ ବାହାରୁ ଥିବା ପବନ ଆପଣଙ୍କ ଆଖପାଖ ପରିବେଶରୁ ଆର୍ଦ୍ରତାକୁ ନଷ୍ଟ କରିଦେଇଥାଏ। ଫଳରେ ହିଟରରୁ ଆସୁଥିବା ପବନ ଚର୍ମ ଜନିତ ସମସ୍ୟା, ଆଲର୍ଜି ଆଦି ସମସ୍ୟା ସୃଷ୍ଟି କରିଥାଏ।

୨- ଛୋଟ ପିଲାଙ୍କ ଚର୍ମ ବହୁତ କୋମଳ ହୋଇଥିବାରୁ ରୁମ୍‌ ହିଟର ସେମାନଙ୍କ ପାଇଁ ହାନିକାରକ ହୋଇପାରେ। ଏହା ସେମାନଙ୍କ କୋମଳ ଚର୍ମକୁ ଗମ୍ଭୀର ଭାବେ ପ୍ରଭାବିତ କରିଥାଏ।

୩- ଯେଉଁ ଲୋକମାନଙ୍କର ଶ୍ୱାସ ଜନିତ ସମସ୍ୟା ଥାଏ ରୁମ୍‌ ହିଟର ଲଗାଇଲେ ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଯଦି ଏଭଳି ସମସ୍ୟା ଥାଏ ତେବେ ରୁମ୍‌ ହିଟର ବ୍ୟବହାରରୁ ଦୂରେଇ ରୁହନ୍ତୁ।

୪- ଦୀର୍ଘ ସମୟ ପର୍ଯ୍ୟନ୍ତ ହିଟର ଲଗାଇ ବସିଲେ ଚର୍ମରେ ଜଳାପଡ଼ା ସମସ୍ୟା ଦେଖାଯାଇଥାଏ।

Comment