ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ମୁଣ୍ଡମରାଇ ଗାଁରେ ଜଣେ ବ୍ୟାଙ୍କ କ୍ୟାସିଅରଙ୍କ ମୃତଦେହ ଜବତ କରାଯାଇଛି। ଧରକୋଟ ପୋଲିସ ଶବକୁ ଜବତ କରିଛି।

ମୃତକଙ୍କ ପରିଚୟ ମିଳିଛି। ତାଙ୍କ ନାଁ ବିନାୟକ ବେହେରା। ବିନାୟକ ଛତ୍ରପୁର ଅଞ୍ଚଳର ବାସିନ୍ଦା ଥିଲେ। ଏହା ସହିତ ସେ ମୁଣ୍ଡମରାଇସ୍ଥିତ ଆନ୍ଧ୍ର ବ୍ୟାଙ୍କରେ କ୍ୟାସିଅର ଭାବେ କାର୍ଯ୍ୟ କରୁଥିଲେ।

ପୋଲିସର ସୂଚନାନୁସାରେ ବିନାୟଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ଯାହାକୁ ସେ ଅଞ୍ଚଳର କିଛି ଲୋକ ବିରୋଧ କରୁଥିଲେ। ତେଣୁ ପୋଲିସ ସନ୍ଦେହ କରୁଛି ଉକ୍ତ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥାଇପାରେ।

ବିନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଶବ ଜବତ କରିବା ପରେ ବ୍ୟବଛେଦ ପାଇଁ ପୋଲିସ ପଠାଇଛି। ଏହାସହିତ ପୋଲିସ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା ଆରମ୍ଭ କରିବା ସହ ତଦନ୍ତ ଜାରି ରଖିଛି।

Comment