ଓଡ଼ିଶାଲାଇଭ୍ ବ୍ୟୁରୋ

କେଶ ଝଡ଼ିବା ମହିଳାମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ତେବେ ବିଭିନ୍ନ କାରଣରୁ ଏହି କେଶ ଝଡ଼ିବା ସମସ୍ୟା ହୋଇଥାଏ। ଏହାକୁ ରୋକିବା ପାଇଁ ମହିଳାମାନେ ବିଭିନ୍ନ ଉପାୟ ଆପଣେଇ ନିଅନ୍ତି।

ତେବେ ଜାଣନ୍ତୁ କେମିତି ରୋକିବେ ଏହି ସମସ୍ୟା..

ଅଁଳା

ଅଁଳା ବିଭିନ୍ନ  ସ୍ଵାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବେ ଏହାର ପ୍ରୟୋଗ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେଶ ଝଡ଼ିବା ସମସ୍ୟାକୁ ବି ଦୂର କରେ। ଅଁଳାରେ ଭିଟାମିନ ସି ଥାଏ। ଏହାକୁ ଖାଇଲେ କେଶକୁ ମଜବୁତ ହୋଇଥାଏ।

ପାଲକ

ଏହା ଏକ ପ୍ରକାର ଶାଗ ଅଟେ। ଏହା କେଶ ଝଡ଼ିବା ସମସ୍ୟା ଦୂର କରିଥାଏ। ଅଧିକାଂଶ ଲୋକ କିନ୍ତୁ ଏହି ଶାଗ ଖାଇବାକୁ ପସନ୍ଦ କରିନଥାନ୍ତି। ଏହା କେଶକୁ ମଜବୁତ କରିଥାଏ। କେଶ ଝଡ଼ିବା କମ୍ କରିଥାଏ।

ମେଥି

ସାଧାରଣତଃ ପ୍ରତିଟି ଘରେ ମେଥିର ବ୍ୟବହାର ହୋଇଥାଏ। ଏଥିରେ ଭରପୂର ପ୍ରୋଟିନ ଥାଏ। ଏହା କେଶକୁ ଲମ୍ବା କରିବା ସହିତ ମଜବୁତ କରିଥାଏ।

Comment