ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱରେ ଏଭଳି ବହୁ ପ୍ରତିକୃତି ରହିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଅନୁଭବ କରିବେ। କିନ୍ତୁ ଏହି ଆକର୍ଷଣୀୟ କଳାକୃତି କିପରି ତିଆରି ହୋଇଥାଏ ସମସ୍ତଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥାଏ। ଏହା ବିଷୟରେ ଜାଣିବାକୁ ହେଲେ ସେହି ସ୍ଥାନକୁ ଗଲାପରେ ହିଁ ଜଣାପଡ଼ିଥାଏ। ବିଶ୍ୱରେ ଏଭଳି ଏକ ହୋଟେଲ ରହିଛି ଯାହା ୫ ମାସ ପରେ ଅର୍ଥାତ ବସନ୍ତ ଋତୁ ପରେ ନଦୀରେ ପରିଣତ ହୋଇଯାଇଥାଏ।
ସ୍ୱିଡେନରେ ଏକ ଆଇସ୍ ହୋଟେଲ ରହିଛି ଯାହା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ। ବସନ୍ତ ଋତୁ ଆସିବା ମାତ୍ରେ ହିଁ ଏହା ନଦୀରେ ପରିଣତ ହୋଇଯାଇଥାଏ। ୨୦୧୮ରେ ଏହି ହୋଟେଲକୁ ନିର୍ମାଣ କରିବା ପାଇଁ ୩ଟି ଦେଶର ୧୪ ଜଣ କାରିଗର ସାମିଲ ହୋଇଥିଲେ। ୨୦୧୬ ମସିହାରେ ହୋଟେଲର କିଛି ଅଂଶକୁ ସ୍ଥାନୀୟ ରୂପ ଦିଆଯାଇଥିଲା। ଯାହା ସୋଲାର ପାୱାର ଟେକ୍ନୋଲୋଜି ଦ୍ୱାରା ସମ୍ଭବ ହୋଇଥିଲା। ନିଜର ସ୍ୱତନ୍ତ୍ରତା ପାଇଁ ଏହି ହୋଟେଲ ପୂରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି।
ସର୍ବପ୍ରଥମେ ୧୯୯୨ରେ ଏହି ହୋଟେଲ ନିର୍ମାଣ କରାଯାଇଥିଲା। ହୋଟେଲ ଭିତରେ ରେଷ୍ଟୁରାଣ୍ଟ ଏବଂ ସୁନ୍ଦର ସୁନ୍ଦର ବସ୍ତୁ ରହିଛି ଯାହାକୁ ଦେଖିବା ପାଇଁ ବିଶ୍ୱବ୍ୟାପୀ ଲୋକ ଏଠାକୁ ଆସିଥାନ୍ତି। ହୋଟେଲକୁ ସୁନ୍ଦର ସୁନ୍ଦର ମାଛ ଏବଂ କୋରେଲ ଦ୍ୱାରା ସଜାଯାଇଛି ଯାହା ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛି। ପ୍ରତିବର୍ଷ ଏହି ହୋଟେଲକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି।