ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଫିସରେ କର୍ମଚାରୀମାନେ କାମ କରିଥାନ୍ତି। ଏହା ବଦଳରେ ସେମାନଙ୍କୁ ମାସିକ ପାରିଶ୍ରମିକ ମିଳିଥାଏ। ତେବେ କିଛି କାମ ନ କରି ଅଫିସରେ ଚୁପ୍‌ଚାପ୍ ବସିଲେ ମାସକୁ ଦରମା ୧ ଲକ୍ଷ ୫୯ ହଜାର ଟଙ୍କା ମିଳୁଥିବା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଏହା ସତ୍ୟ। ସୁଇଡେନ୍‌ରେ ରହିଛି ଏପରି ଏକ ଅଫିସ୍। ସେଠାରେ କର୍ମଚାରୀ କୌଣସି କାମ ନ କରି କେବଳ ସିଟ୍‌ରେ ଚୁପ୍‌ଚାପ୍ ବସି ମାସକୁ ମୋଟା ଅଙ୍କର ଦରମା ପାଇବେ।

ଏହି ଅଫିସ୍‌ରେ ଇଟରନାଲ ଏମ୍ପ୍ଲୟେମେଣ୍ଟ୍  ଅର୍ଥାତ୍ ଶାସ୍ୱତ ନିଯୁକ୍ତି ନାମକ ଏକ ଆଧ୍ୟାତ୍ମିକ ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଚାଲିଛି। ଏହା ସ୍ୱିଡେନ୍ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଗାର୍ଟନବର୍ଗ ସହରରେ କରାଯାଉଛି। ଏଠାରେ କର୍ମଚାରୀ ଅଫିସ୍ ଆସି କେବଳ ଲାଇଟ୍ ଜଳାଇ ନିଜ ସିଟ୍‌ରେ ଚୁପ୍ ଚାପ୍ ଦିନସାରା ବସିବେ। ଅଫିସ୍ ସମୟ ଶେଷ ହେଲେ ଲାଇଟ୍ ଲିଭାଇ ଘରକୁ ଫେରିବେ।

ଏହି ଚାକିରିରେ ପ୍ରତିବର୍ଷ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିବ ବୋଲି ପ୍ରୋଜେକ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comment