ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ସ୍ତରରେ ନୋବେଲ୍ ପୁରସ୍କାରକୁ ସବୁଠୁ ଅଧିକ ସମ୍ମାନଜନକ ପୁରସ୍କାର ଭାବେ ଗ୍ରହଣ କରାଯାଇଥାଏ। ପ୍ରତିବର୍ଷ ରୟାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି, ପଦାର୍ଥ ବିଜ୍ଞାନ ଓ ମେଡିସିନ କ୍ଷେତ୍ରରେ ଉତ୍କୃଷ୍ଟଜନକ ସଫଳତା ହାସଲ କରିଥିବା କିଛି ସ୍ୱତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଥାଏ। ସ୍ୱିଡେନ୍ ସ୍ଥିତ ନୋବେଲ୍ ଫାଉଣ୍ଡେସନ ଏହି ନୋବେଲ ବିଜେତାମାନଙ୍କୁ ମନୋନୀତ କରିଥାଏ। ତେବେ ଏହି ନୋବେଲ ପୁରସ୍କାର କିଏ ଆରମ୍ଭ କରିଥିଲେ ଏବଂ ତାଙ୍କର ନାଁ କ’ଣ ଆପଣ ଜାଣିଛନ୍ତି କି?

ଜାଣନ୍ତୁ, କିଏ ଆରମ୍ଭ କରିଥିଲେ ନୋବେଲ୍ ପୁରସ୍କାର?

ବର୍ତ୍ତମାନ ପ୍ରଦାନ କରାଯାଉଥିବା ନୋବେଲ ପୁରସ୍କାର ମହାନ ବୈଜ୍ଞାନିକ ‘ଅଲଫ୍ରେଡ୍ ନୋବେଲ’ଙ୍କ ନାମ ଅନୁସାରେ ନାମିତ କରାଯାଇଛି। ଅଲଫ୍ରେଡ୍ ନୋବେଲଙ୍କ ଜନ୍ମ ୧୮୩୩ ମସିହା ଅକ୍ଟୋବର ୨୧ ତାରିଖରେ ସ୍ୱିଡେନର ଷ୍ଟକହୋମରେ ହୋଇଥିଲା। ନୂଆ ଜିନିଷର ଉଦ୍ଭାବନ କରିବାରେ ସେ ବେଶ୍ ରୂଚି ରଖୁଥିଲେ। ନିଜ ଜୀବନ କାଳ ମଧ୍ୟରେ ସେ ମୋଟ ୩୫୫ଟି ଆବିଷ୍କାର କରିଛନ୍ତି। ସାରା ବିଶ୍ୱକୁ ସେ ‘ଡିନାମାଇଟ’ ଆବିଷ୍କାର କରିଦେଇଥିଲେ।

୧୮୯୬ ମସିହା ଡିସେମ୍ବର ୧୦ ତାରିଖରେ ଏହି ମହାନ ବୈଜ୍ଞାନିକଙ୍କ ପରଲୋକ ଘଟିଥିଲା। ନିଜର ମୃତ୍ୟୁ ପୂର୍ବରୁ ସେ ତାଙ୍କର ଅଜସ୍ର ସମ୍ପତ୍ତିକୁ ଏକ ଟ୍ରଷ୍ଟକୁ ଦାନ କରିଦେଇଥିଲେ। ତାଙ୍କ ଇଚ୍ଛା ଥିଲା ଯେ, ତାଙ୍କର ଏହି ସମ୍ପତ୍ତିରୁ ପ୍ରତିବର୍ଷ ବାହାରୁଥିବା ସୁଧରେ ବିଶ୍ୱର କିଛି ଲୋକଙ୍କୁ ସମ୍ମାନିତ କରାଯାଉ।

ଯେଉଁମାନେ ମାନବ ଜାତିର କଲ୍ୟାଣ ପାଇଁ କାମ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଉ ବୋଲି ସେ ଇଚ୍ଛା ରଖିଥିଲେ। ତେଣୁ ୧୯୦୧ ମସିହାରୁ ବୈଜ୍ଞାନିକ ‘ଅଲଫ୍ରେଡ୍ ନୋବେଲ’ଙ୍କ ନାମ ଅନୁସାରେ ଏହି ନୋବେଲ ପୁରସ୍କାର ଦିଆଯାଉଛି।

Comment