ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ୨୦୨୪ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି।

ସାହିତ୍ୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ କବୟିତ୍ରୀ ହାନ କାଙ୍ଗ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଐତିହାସିକ ତଥା ମାନବ ଜୀବନ ଉପରେ ଗଳ୍ପ ରଚନା କରି ସାହିତ୍ୟ ଦୁନିଆରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ହାନ କାଙ୍ଗ।

ହାନ କାଙ୍ଗ ୧୯୯୩ ମସିହାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୫ ମସିହାରେ ତାଙ୍କର ପ୍ରଥମ ପୁସ୍ତକ ‘ଲଭ ଅଫ ୟେଓସୁ’ ପ୍ରକାଶ ପାଇଥିଲା। ଏଯାବତ୍ ସେ ୧୫ରୁ ଅଧିକ ପ୍ରବନ୍ଧ ରଚନା କରିସାରିଛନ୍ତି।

Tags: #NobelPrize #Literature #HanKang #SouthKorea

Comment