ଓଡ଼ିଶାଲାଇଭ୍ ବ୍ୟୁରୋ

ମାଉଙ୍ଗି ଜି. ବାୱେନ୍ଦି, ଲୁଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଆଇ.ଏକିମୋଭଙ୍କୁ ମିଳିବ ନୋବେଲ ପୁରସ୍କାର।

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ମାଉଙ୍ଗି ଜି. ବାୱେନ୍ଦି, ଲୁଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଆଇ. ଏକିମୋଭଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୩ ବର୍ଷ ପାଇଁ ଏହି ତିନି ରସାୟନ ବିଜ୍ଞାନୀ ପାଇବେ ବିଶ୍ୱର ଶ୍ରେଷ୍ଠତମ ନୋବେଲ ସମ୍ମାନ। 

କ୍ୱାଣ୍ଟମ ଡଟ୍ସର ଉଦ୍ଭାବନ ଏବଂ ବିଶ୍ଲେଷଣ ପାଇଁ ଏହି ତିନି ବିଶିଷ୍ଟ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର। କ୍ୱାଣ୍ଟମ ଡଟ୍ସର ଉପାଦାନ ଟେଲିଭିଜନ ଏବଂ ଏଲଇଡି ଲ୍ୟାମ୍ପ ଭଳି ନାନୋ ଟେକ୍ନୋଲୋଜିରେ ଆଲୋକ ନିର୍ଗତ କରିପାରିବ ଏବଂ ଟ୍ୟୁମର ଟିସୁ ଅପସାରଣ କରିବା ସମୟରେ ସର୍ଜନମାନଙ୍କୁ ମଧ୍ୟ ମାର୍ଗଦର୍ଶନ ଦେଇପାରିବ ବୋଲି କୁହାଯାଇଛି।   

ଗତକାଲି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା। ଅକ୍ଟୋବର ୧୦ରେ ନୋବେଲ ପୁରସ୍କାରର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।

Tags: #NobelPrize #NobelPrizeInChemistry #MoungiG.Bawendi #LouisE.Brus #AlexeiI.Ekimov

Comment