ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଅଧିକାର ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଗେସଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର। ଇରାନର ୫୧ ବର୍ଷିୟ ମହିଳା ନର୍ଗେସ ମହମ୍ମଦି। ମହିଳା ଅଧିକାର ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରାଯାଇଛି।

ଇରାନରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ନର୍ଗେସ ଜେଲରେ ଥାଇ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରି ସେ ୩୧ ବର୍ଷ କାରାଦଣ୍ଡ ଭୋଗିଛନ୍ତି। ମହମ୍ମଦି ଏବେବି ଜେଲରେ ଅଛନ୍ତି।

ଏହା ପୂର୍ବରୁ ଫିଜିଓଲୋଜି ବା ମେଡିସିନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା ସରିଛି।

Tags: #NobelPrize #NargesMohammadi # NobelforPeace #Literature #Chemistry #Physics #Medicine  

Comment