ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ଜନ ଫୋସେ।

ଘୋଷଣା ହେଲା ଚଳିତ ବର୍ଷର ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ। ୨୦୨୩ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପାଇବେ ଜନ ଫୋସେ। ନୋବେଲ ଏକାଡେମୀ ଗୁରୁବାର ତାଙ୍କ ନାମ ଘୋଷଣା କରିଛି।

ନରୱେର ଲେଖକ ହେଉଛନ୍ତି ଜୋନ ଫୋସେ। ତାଙ୍କର ବହୁ ଅଭିନବ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବ​ଳ ଓ ଅବହେଳିତ ବର୍ଗଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛି। ଗତବର୍ଷ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ମିଳିଥିଲା ନୋବେଲ।

ଏହା ପୂର୍ବରୁ ଫିଜିଓଲୋଜି ବା ମେଡିସିନ, ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା ସରିଛି। ମେଡିସିନରେ ଦୁଇ ଜଣ ବୈଜ୍ଞାନିକ କାଟାଲିନ କାରିକୋ(Katalin Kariko) ଏବଂ ଡ୍ରିଉ ୱିଜମ୍ୟାନ(Drew Weissman)ଙ୍କ ନାମ ଘୋଷଣା ହୋଇଥିବା ବେଳେ ପଦାର୍ଥ ବିଜ୍ଞାନରେ ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ  କ୍ରାଉଜ(Ferenc Krausz), ଆନୀ ଏଲ’ହୁଇଲିଅର (Anne L’Huillier) ପାଇବେ ନୋବେଲ।

ସେହିପରି ମାଉଙ୍ଗି ଜି. ବାୱେନ୍ଦି(Moungi G. Bawendi), ଲୁଇସ୍ ଇ. ବ୍ରୁସ(Louis E. Brus) ଏବଂ ଆଲେକ୍ସି ଆଇ. ଏକିମୋଭ(Alexei I. Ekimov)ଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିବ।

Tags: #NobelPrize #NobelPrizeInLiterature #JonFosse #NobelPrizeInChemistry #NobelPrizeInPhysics #NobelPrizeInMedicine

LEAVE A REPLY

Please enter your comment!
Please enter your name here