ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର ଔଷଧ ଏବଂ ଆସବାବପତ୍ର ନଷ୍ଟ ହୋଇଯାଇଛି।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କ କାର୍ଯ୍ୟାଳୟ ପାଖରେ ଥିବା ମୁଖ୍ୟ ଗୋଦାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଗୋଦାମରୁ ଧୂଆଁ ବାହାରୁଥିବା ଦେଖି ନିକଟ କ୍ୱାଟରରେ ରହୁଥିବା କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ମଧ୍ୟ ଔଷଧ ଏବଂ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗୋଦାମରେ ଥିବା ବିଭିନ୍ନ ଔଷଧ, ଇଂଜେକ୍ସନ, ଫ୍ରିଜ, ଏସି ଆଦି ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ସର୍ଟସର୍କିଟ କାରଣରୁ ଏହା ହୋଇଥିବା ଅନୁମାନ କରାଯାଉଛି।

Tags: #Boudh #FireBreaksOut #DistrictHeadquarterHospital #Medicine

LEAVE A REPLY

Please enter your comment!
Please enter your name here