ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଶ୍ରମବଜାର ସମ୍ପର୍କିତ ନିଜର ଗବେଷଣା ଓ ସିଦ୍ଧାନ୍ତ ପାଇଁ କ୍ଲାଉଡିଆଙ୍କୁ ମିଳିବ ନୋବେଲ ପୁରସ୍କାର

ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏନେଇ ସ୍ୱିଡେନ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ମହିଳା ଶ୍ରମବଜାର ସମ୍ପର୍କିତ ନିଜର ଗବେଷଣା ଓ ସିଦ୍ଧାନ୍ତ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ସେ ଦୀର୍ଘ ଦିନ ହେଲା କର୍ମଜୀବୀ ମହିଳାଙ୍କ ଉପରେ କାମ କରିଆସୁଥିଲେ। ତୃତୀୟ ମହିଳା ଭାବେ କ୍ଲାଉଡିଆ ଅର୍ଥନୀତିରେ ନୋବେଲ ପାଇବାକୁ ମନୋନୀତ ହୋଇଛନ୍ତି। 

ଗୋଲ୍ଡିନ ହାବାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରଫେସର ଅଛନ୍ତି। ସେ ଆମେରିକା ଅର୍ଥନୀତି ସହ ଜଡ଼ିତ ବିଭିନ୍ନ ସଂସ୍ଥା ଓ ବିଭାଗର ବଡ଼ବଡ଼ ପଦବୀରେ କାମ କରିଛନ୍ତି। ସେ ତାଙ୍କ ଲେଖାରେ ମହିଳା ଶ୍ରମ ଶକ୍ତି, ଆୟରେ ଥିବା ଲିଙ୍ଗଗତ ପାର୍ଥକ୍ୟ, ଆୟରେ ଅସମାନତା, ବୈଷୟିକ ପରିବର୍ତ୍ତନ ଓ ଶିକ୍ଷା ସହିତ ଜଡ଼ିତ ବିସ୍ତୃତ ତଥ୍ୟ ଦେଇଛନ୍ତି। 

Tags: #NobelPrize #ClaudiaGoldin #NobelInEconomicSciences

Comment