ଓଡ଼ିଶାଲାଇଭ୍ ବ୍ୟୁରୋ

ମେଡିସିନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୧ ବର୍ଷର ନୋବେଲ ପୁରସ୍କାର ପାଇଛନ୍ତି ୨ ଆମେରିକୀୟ ଭେଷଜ ବିଜ୍ଞାନୀ। ସେମାନେ ହେଲେ ଡେଭିଡ୍ ଜୁଲିଅସ୍ ଏବଂ ଆର୍ଡେମ ପାଟପୁସିଆନ। ଏନେଇ ଆଜି ‘ଦ ନୋବେଲ ପ୍ରାଇଜ’ ପକ୍ଷରୁ ଟୁଇଟ ଜରିଆରେ ସୂଚନା ମିଳିଛି।

ଶରୀରରେ ତାପମାତ୍ରା, ଚାପ ଏବଂ ଯନ୍ତ୍ରଣା ଉପରେ ଗବେଷଣା ପାଇଁ ଉଭୟଙ୍କୁ ଏହି ପୁରସ୍କାର ଦିଆଯାଇଥିବ କହିଛନ୍ତି ନୋବେଲ କମିଟିର ମହାସଚିବ ଥୋମାସ୍ ପର୍ଲମନ। ଏହି ଦୁଇ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ୧୦ ନିୟୁତ ସ୍ୱିଡେନ କ୍ରୋନୋର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮କୋଟି ୫୧ଲକ୍ଷ ୨୮ହଜାର ୭୪୦ ଟଙ୍କାର ଆର୍ଥିକ ରାଶି ମିଳିଛି। ଏହା ବ୍ୟତୀତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ନୋବେଲ ପୁରସ୍କାର ଦିଆଯାଉଛି। ତେବେ ଆସନ୍ତା ସପ୍ତାହରେ ଏହାର ଘୋଷଣା କରାଯିବ।

୨୦୨୦ ବର୍ଷ ଯକୃତ ସମ୍ପର୍କିତ ହେପାଟାଇଟିସ ସି ଭାଇରସ ଆବିଷ୍କାର କରିଥିବାରୁ ୩ ଜଣ ବୈଜ୍ଞାନିକ ହାର୍ବେ ଜେ ଅଲଟର, ମାଇକଲ ହ୍ୟୁଟନ, ଚାଲସ ଏମ ରାଇସଙ୍କୁ ନୋବେଲ ପୁରସ୍କାର ମିଳିଥିଲା।

୧୮୯୫ରେ ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Comment