ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି କମ୍ କାମରେ ଅଧିକ ଟଙ୍କା ମିଳିଲେ ତାହାଲେ କ୍ଷତି କ’ଣ। କିନ୍ତୁ ଏଭଳି ସୁଯୋଗ ବହୁତ୍ କମ୍ ଆସିଥାଏ। କେବଳ ଲାଇଟ୍ ଅନ୍ ଅଫ୍ ପାଇଁ ଯଦି ମାସିକ ୧ ଲକ୍ଷ ୬୨ ହଜାର ଟଙ୍କା ଦରମା ମିଳିବ ତାହାଲେ କଳ୍ପନା କରିବା କଷ୍ଟକର। ଏହା କୌଣସି ମଜାକ ନୁହେଁ । ସ୍ୱିଡେନ୍ ଗୋଥେନବର୍ଗର ଏକ ରେଲୱେ ଷ୍ଟେସନରେ କେବଳ ଲାଇଟ୍ ଅନ୍ ଅଫ୍ ପାଇଁ ମାସିକ ଲକ୍ଷାଧିକ ଟଙ୍କାର ଦରମା ମିଳୁଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚାକିରି ପାଇଁ ଏଥିପାଇଁ ଦେଶବ୍ୟାପୀ ଲୋକ ଆବେଦନ କରିପାରିବେ। ମୁଖ୍ୟକଥା ହେଉଛି ଏଥିପାଇଁ ସେଭଳି କିଛି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଆବଶ୍ୟକ ନାହିଁ। ଆସନ୍ତା ୨୦୨୫ ମସିହା ପର୍ଯ୍ୟନ୍ତ ଏହି ପୋଷ୍ଟ ପାଇଁ ଆବେଦନ କରିହେବ ଏବଂ ନିଯୁକ୍ତି ପ୍ରକ୍ରିୟା ୨୦୨୬ ମସିହାରୁ ଆରମ୍ଭ ହେବ। କୁହାଯାଉଛି ୨୦୨୬ ମସିହା ସୁଦ୍ଧା ଏହି ରେଲୱେ ଷ୍ଟେସନର ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ।

ଏହି ଷ୍ଟେସନର ଡିଜାଇନ ନିର୍ମାଣ ପାଇଁ  ଏକ ପ୍ରତିଯୋଗିତା ହୋଇଥିଲା। ସାଇମନ ଗୋଲ୍ଡିନ ଏବଂ ଜ୍ୟାକବ ସେନେବି ନାମକ ଦୁଇ ଜଣ ଡିଜାଇନର ପ୍ରତିଯୋଗିତାରେ ଭାଗ ନେଇ ୪.୫୦ କୋଟି ଟଙ୍କା ପୁରସ୍କାର ହାସଲ କରିଥିଲେ। ଏହି ଅର୍ଥକୁ ଷ୍ଟେସନର କର୍ମଚାରୀଙ୍କ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଷ୍ଟେସନର ଲାଇଟ୍ ଜଳାଇବା ଏବଂ ବନ୍ଦ କରିବା ପାଇଁ ନିଯୁକ୍ତି ହେବାପରେ ତାଙ୍କୁ ସେହି ଦରମା ଦିଆଯିବ ବୋଲି ନିଷ୍ପତ୍ତି ନତଆଯାଇଛି। ଏପର୍ଯ୍ୟନ୍ତ କେତେ ପଦବୀ ପାଇଁ ନିଯୁକ୍ତି ସୃଷ୍ଟି ହୋଇଛି ତାହା ଜଣାପଡ଼ିନାହିଁ।

Comment