ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିୟାଣା ଗୁରୁଗ୍ରାମର ଉଲ୍ଲାୱାସ୍ ଗାଁରେ ଏକ ଅଘଟଣ ଘଟିଛି। ଗୁରୁବାର ସକାଳ ୫ଟା ପାଖାପାଖି ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭୁଶୁଡ଼ି ପଡ଼ିବା ହେତୁ ୮ରୁ ଅଧିକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ହରିୟାଣା ଅଗ୍ନିଶମ ବିଭାଗ ଉଦ୍ଧାର କାଯ୍ୟରେ ଲାଗିଛନ୍ତି। ଏନ୍‌ଡିଆରଏଫର ୩ଟି ଟିମ୍‌ ଉଦ୍ଧାର କାଯ୍ୟରେ ଲାଗିଛନ୍ତି। ଏଯାବତ୍‌ କୌଣସି ମୃତହାତର ଖବର ଆସିନାହିଁ।

ଏହି ଚାରି ମହାଲା କୋଠା ଭୁଶୁଡ଼ିବା ଯୋଗୁଁ ଏହାର ଆଖପାଖ କୋଠାର କ୍ଷତି ଘଟିଛି। ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଲୋକମାନେ ଶୋଇଥିଲେ। ଜେସିବି ସାହାଯ୍ୟରେ କୋଠାର ଭଗ୍ନ ଅଂଶକୁ କଢ଼ାଯାଉଛି।

ଏହି ଘଟଣାରେ ପୀଡ଼ିତ ଲୋକଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ କ୍ଷତି ପୂରଣ ଦେବା ପାଇଁ ଘୋଷଣା କରିଛନ୍ତି।

Comment