ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲା ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୧୮କୋଟି ୬୬ଲକ୍ଷ ଟଙ୍କାର  ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ୍ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ରାଜେନ୍ଦ୍ର ପଡ଼ିଆରେ ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମ ରହିଛି। ଏହା ସହିତ ବିଜୁ ଯୁବବାହିନୀ ଆଞ୍ଚଳିକ ସମାବେଶରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମାତୃଶିଶୁ ଚିକିତ୍ସାଳୟକୁ ଉଦଘାଟନ କରିବେ। ସିସ୍‌କେଲା ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିବେ। ବଲାଙ୍ଗିରି ଜିଲ୍ଲାରେ ୧୧୦ଟି ଅଙ୍ଗନାୱାଡ଼ି କେନ୍ଦ୍ରକୁ ଉଦଘାଟନ କରିବେ।

ସେହିପରି  ବଲାଙ୍ଗିର ପଞ୍ଚାୟତ ସମ୍ବଳ କେନ୍ଦ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ମୁରିବାହଲ ବ୍ଲକରେ ୨୦ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ପାଟଣାଗଡ ବ୍ଲକରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

Comment