ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।

‘କାଳିଆ’ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶିର ଶୁଭାରମ୍ଭ ପାଇଁ ପୁରୀଠାରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ। ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ଶୁକ୍ରବାର ବିଭିନ୍ନ ପଞ୍ଚାୟତ ଅଫିସରେ ପ୍ରକାଶ ପାଇବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ତାଲିକାରୁ ବାଦ୍ ପଡ଼ିଥିବେ ସେମାନେ ପୁଣି ଆବେଦନ କରିପାରିବେ।

ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଆବେଦନ କରିଛନ୍ତି। ୫ଟି ପର୍ଯ୍ୟାୟରେ ୨୫ ହଜାର ଟଙ୍କା ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ଆସିବ।

Comment