ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ପ୍ରତିବର୍ଷ ଜଙ୍ଗଲରେ ୫ ଦିନ ରହୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନିଜର ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିନ୍ତୁ ଏବେ ଆଉ ଏକ ଖୁଲାସା କରିଛନ୍ତି ନରେନ୍ଦ୍ର ମୋଦି। ସେ କହିଛନ୍ତି ପ୍ରତିବର୍ଷ ଦୀପାବଳିରେ ୫ଦିନ ପାଇଁ ବନବାସରେ ଯାଉଥିଲେ। ଫେସବୁକ୍ ପେଜ୍ ‘ଦି ହ୍ୟୁମାନ୍‌ସ ଅଫ ବମ୍ବେ’କୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆତ୍ମଚିନ୍ତନ ପାଇଁ ସେ ୫ ଦିନ ବନବାସରେ ଯାଉଥିଲେ। ଯେଉଁଠି କେବଳ ଶୁଦ୍ଧ ପାଣି ଏବଂ ନିର୍ଜନ ସ୍ଥାନ ଥିବ ସେହି ଅଞ୍ଚଳରେ ୫ଦିନ କଟୁଥିଲା ଜୀବନ।”

ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବାହାର କରି ଆତ୍ମଚିନ୍ତନ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାଦ୍ୱାରା ଜୀବନକୁ ଭଲ ଭାବେ ବୁଝିହେବ ଓ ଆତ୍ମବିଶ୍ୱାସ ଆସିପାରିବ। ଫେସବୁକ ପେଜକୁ ସାକ୍ଷାତକାର ଦେଇଥିବା ମୋଦି ଆହୁରି କହିଛନ୍ତି ସେ କିଭଳି ଆରଏସଏସ ପ୍ରତି ଆକୃଷ୍ଟ ହୋଇଥିଲେ ଓ ମାତ୍ର ୧୭ ବର୍ଷ ବୟସରେ ହିମାଳୟ ଯାଇଥିଲେ।  ହିମାଳୟରେ ଦୁଇବର୍ଷ କାଟିବା ପରେ ଅନ୍ୟ ଲୋକଙ୍କ ସେବା କରିବାକୁ ଚାହୁଁଥିଲି। ଅହମ୍ମଦାବାଦ ଭଳି ବଡ଼ ସହରକୁ ପ୍ରଥମ ଥର ପାଇଁ ଆସିବା ପରେ ମୋ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ମୁଁ ମୋ ଦାଦାଙ୍କ କ୍ୟାଣ୍ଟିନଙ୍କ ତାଙ୍କୁ ସାହାଯ୍ୟ କରୁଥିଲି।

ପରେ ପରେ ଆରଏସଏସରେ ଯୋଗ ଦେଇଥିଲି। ଆରଏସଏସରେ ଥିବାବେଳେ ବହୁତ ଲୋକଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିଲି। ଆରଏସଏସ ଅଫିସରେ ସେ ଜଳଖିଆ ପ୍ରସ୍ତୁତ କରିବା ସହିତ ବିଭିନ୍ନ କାମ କରୁଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଏପରି କି ସଫେଇ, ଚା’ କରିବା ଏବଂ ବାସନ ମାଜିବା ଭଳି କାମ କରିଛି ବୋଲି କହିଛନ୍ତି ମୋଦି।

Comment