ଓଡ଼ିଶାଲାଇଭ୍ ବ୍ୟୁରୋ
ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି। ଏହାକୁ ରୋକିବା ପାଇଁ ଯୋଗ ଗୁରୁ ବାବା ରାମଦେବ ଏକ ନୂଆ ଉପାୟ ବତାଇଛନ୍ତି।
“ଦୁଇରୁ ଅଧିକ ସନ୍ତାନ ଥିବା ପିତାମାତାଙ୍କର ଭୋଟଦାନ ଅଧିକାର ରଦ୍ଦ କରାଯାଉ। ସରକାରୀ ଚାକିରି ଓ ସ୍ୱାସ୍ଥ୍ୟ ସେବା ଆଦି ଅଧିକାର ଛଡ଼ାଇ ନିଆଯାଉ”, ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ସଭାରେ ସମ୍ବୋଧନ ଦେଇ ଏଭଳି କହିଛନ୍ତି ବାବା ରାମଦେବ।
ସେ ଆହୁରି କହିଛନ୍ତି ଯେ ଏହି ନିୟମ ସବୁ ସମ୍ପ୍ରଦାୟ ତଥା ହିନ୍ଦୁ, ମସଲିମ୍, ଖ୍ରୀଷ୍ଟିୟାନ ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରାଯାଉ। ଏଭଳି ଏକ ନିୟମ ଲାଗୁ ହେଲେ ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ବାବା ରାମଦେବ।
ତେବେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାମଦେବଙ୍କର ଏହା ପ୍ରଥମ ବୟାନ ନୁହେଁ। ପୂର୍ବରୁ ବି ସେ ଏନେଇ ମନ୍ତବ୍ୟ ଦେଇଛନ୍ତି ଏବଂ ବିବାଦରେ ପଡ଼ିଛନ୍ତି।