ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତଞ୍ଜଳିକୁ କରୋନା ଔଷଧର ସବିଶେଷ ତଥ୍ୟ ମାଗିଲା କେନ୍ଦ୍ର ଆୟୁଷ ମନ୍ତ୍ରାଳୟ। ଔଷଧର ପରୀକ୍ଷା ସରିବା ଯାଏଁ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। କରୋନା ପାଇଁ କରୋନିଲ ନାମକ ଏକ ଔଷଧ ଲଞ୍ଚ କରିଛି ପତଞ୍ଜଳି।

ଏକ ପ୍ରେସ୍ କନଫରେନ୍ସରେ ବାବା ରାମଦେବ କରୋନା ପ୍ରତିକାର ଔଷଧ ତିଆରି କରିବାର ଦାବି ରଖିଛନ୍ତି। ରାମଦେବ ବାବାଙ୍କ କହିବା ଅନୁଯାୟୀ କରୋନା ଭାଇରସର ମୁକାବିଲା କରିପାରୁଥିବା ପ୍ରଥମ ଆୟୁର୍ବେଦିକ ଔଷଧ ତିଆରି କରିଛି ପତଞ୍ଜଳି। ଏହାର ନାମ କୋରୋନିଲ୍ ରଖାଯାଇଛି।

ଏକ ପ୍ରେସ କନଫରେନ୍ସ ସମୟରେ ସେଠାରେ ବାବା ରାମଦେବ ଏବଂ ଯୋଗଗୁରୁ ବାଳକୃଷ୍ଣ ଯୋଗ ଦେଇଥିଲେ। ସେଠାରେ ଏହି କରୋନା ପ୍ରତିକାର ଔଷଧ ବିଷୟରେ ସେ ଘୋଷଣା କରିଛନ୍ତି।

ରାମଦେବ ବାବାଙ୍କ କହିବା ଅନୁୟାୟୀ ଏହି ଔଷଧକୁ ନେଇ ଶହେ ଜଣ କରୋନା ଆକ୍ରାନ୍ତଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି କରାଯାଇଥିଲା। ତିନି ଦିନ ମଧ୍ୟରେ ୬୫ ରୋଗୀ କରୋନା ପଜିଟିଭରୁ ନେଗେଟିଭ୍ ହୋଇଥିବା ବେଳେ ସାତ ଦିନ ମଧ୍ୟରେ ସଂପୂର୍ଣ୍ଣ ଶହେ ଜଣ ନେଗେଟିଭ୍  ଟେଷ୍ଟ ହୋଇଥିଲେ।

Comment