ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି। ଟିକା ବାହାରିନଥିଲେ ମଧ୍ୟ ଲୋକମାନେ ଯେନତେନ ପ୍ରକାରେ ଏହି ମହାମାରୀକୁ ମାତ୍ ଦେବା ପାଇଁ ଲାଗିପଡ଼ିଛନ୍ତି। ବିଶେଷକରି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଲୋକମାନେ ବିଶେଷ ଧ୍ୟାନ ଦେଉଛନ୍ତି। ଯାହାର ଫଳସ୍ୱରୂପ ଗତ ୪ ମାସ ଭିତରେ ପତଞ୍ଜଳି ପ୍ରାୟ ୨୫୦ କୋଟି ଟଙ୍କାର କରୋନିଲ୍ ଟାବଲେଟ ବିକ୍ରି କରିଥିବା ଜଣାପଡ଼ିଛି।।

କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଗତ ଜୁନ୍ ୨୩ ତାରିଖରେ ପତଞ୍ଜଳି କରୋନିଲ୍ ଟାବଲେଟକୁ ବଜାରକୁ ଆଣିଥିଲା। ଏହାଦ୍ୱାରା ଲୋକମାନେ କରୋନା ଭାଇରସଠାରୁ ଦୂରରେ ରହିପାରିବେ ବୋଲି କମ୍ପାନି କହିଥିଲା। ଯାହାକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା।

ଏହାପରେ ପତଞ୍ଜଳି ପକ୍ଷରୁ ଏହାକୁ କେବଳ ଏକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଟାବଲେଟ୍ ବୋଲି କୁହାଯାଇଥିଲା। ଯାହା ପରେ ଏହି ବିବାଦ ଶାନ୍ତ ପଡ଼ିଥିଲା।

ଏହାପରେ ଦେଶରେ ଅନଲାଇନ୍, ଅଫଲାଇନ୍, ମାର୍କେଟ୍ ଅଞ୍ଚଳରେ ପତଞ୍ଜଳିର ଏହି କରୋନିଲ୍ ଟାବଲେଟ୍ ବିକ୍ରି ଆରମ୍ଭ ହୋଇଯାଇଥିଲା। ଗତ ୪ ମାସ ଭିତରେ ପତଞ୍ଜଳି ପ୍ରାୟ ୨୫ ଲକ୍ଷ କରୋନିଲ୍ ଟାବଲେଟ୍ ବିକ୍ରି କରିଥିବା ରିପୋର୍ଟ ମିଳିଛି।

ଏହି ମେଡିସିନର ଉନ୍ମୋଚନ ସମୟରେ ବାବା ରାମଦେବ କହିଥିଲେ, ଏହା କେବଳ ସ୍ୱଦେଶୀ ଉପାଦାନରେ ପ୍ରସ୍ତୁତ କରାଯାଇଛି। ଏଥିରେ ଅଶ୍ୱଗନ୍ଧା, ତୁଳସୀ ଆଦିର ବ୍ୟବହାର ହୋଇଛି। ଏହା କରୋନା ସହ ମୁକାବିଲା କରିବାରେ ବେଶ ସକ୍ଷମ।

Comment