ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆସିଛି ଖୁସି ଖବର। ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନରେ ଉପଲବ୍ଧ ହେବ ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କରୋନା ଟିକା। ଏନେଇ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମାଟ୍ ହେନକାକ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କରୋନା ଟିକା ଖୁବଶୀଘ୍ର ଉପଲବ୍ଧ ହେବ। ଡିସେମ୍ବର ୧ ସୁଦ୍ଧା ଆମେ ଏହାକୁ ବଜାରକୁ ଆଣିବାକୁ ଚେଷ୍ଟା ଚାଲିଛି। ତଥାପି ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନରେ କରୋନା ଟିକା ଉପଲବ୍ଧ ହୋଇଯିବ ବୋଲି ସେ କହିଛନ୍ତି।

ଏଥିସହିତ ଆମେରିକାରେ ମଧ୍ୟ ଖୁବଶୀଘ୍ର କରୋନା ଟିକା ଉପଲବ୍ଧ ହୋଇପାରେ ବୋଲି କୁହାଯାଉଛି। ମଡର୍ଣ୍ଣା କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା କରୋନାକୁ ୯୪.୫ ପ୍ରତିଶତ ରୋକିବାରେ ସଫଳ ହୋଇଛି। ତେଣୁ ଖୁବଶୀଘ୍ର ଏହାର ପରୀକ୍ଷଣ କରାଯାଇ ଏହାକୁ ବଜାରରେ ଉପଲବ୍ଧ କରାଯିବ। ଏନେଇ ଆମେରିକା ସରକାରଙ୍କ ଅନୁମତିକୁ ହିଁ କେବଳ ଅପେକ୍ଷା କରାଯାଇଛି ବୋଲି ମଡର୍ଣ୍ଣା କମ୍ପାନି ପକ୍ଷରୁ କୁହାଯାଇଛି।

ମଡର୍ଣ୍ଣା କମ୍ପାନିର ସଭାପତି ଡକ୍ଟର ଷ୍ଟିଫେନ ହୋଗ୍ କହିଛନ୍ତି ଯେ, ଏଭଳି ସ୍ଥିତିରେ କୋଭିଡ୍ ଟିକା ବାହାର କରିବା ଏକ ବଡ଼ ଉପଲବ୍ଧି। ଏହି ଟିକା ଦ୍ୱାରା ପୂରା ଦୁନିଆର ଲୋକମାନେ ଚିକିତ୍ସିତ ହୋଇପାରିବେ। କରୋନା ଭାଇରସକୁ ହରାଇବାରେ ଏହି ଟିକା ନିଶ୍ଚିତ ସଫଳ ହେବ ବୋଲି ସେ କହିଛନ୍ତି।

Comment