ଓଡ଼ିଶାଲାଇଭ ବ୍ୟୁରୋ

ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଆଉ ଏକ ଔଷଧ ଲଞ୍ଚ୍‌ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କ ଔଷଧର ଲଞ୍ଚ୍‌ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଔଷଧର ନାଁ ବି ବାବା ରାମଦେବ କରୋନିଲ ରଖିଛନ୍ତି। ଏଣିକି ଏହି ଔଷଧ କରୋନା ଚିକିତ୍ସାରେ ଲାଗିବ।

ଏହି ସମାରୋହରେ ପତଞ୍ଜଳୀ ପକ୍ଷରୁ କରୋନା ଔଷଧକୁ ନେଇ କରାଯାଇଥିବା ପରୀକ୍ଷା ନିରିକ୍ଷାର ଅନେକ ଦସ୍ତାବିଜ୍ ବାବା ରାମଦେବ ଦେଖାଇଛନ୍ତି। ଏହି ଔଷଧ ଏବେ କରୋନା ଚିକିତ୍ସାରେ ଲାଗି ପାରିବ ବୋଲି ରାମ ଦେବ ଦାବି କରିଛନ୍ତି।

ଏହାପୂର୍ବରୁ ପତଞ୍ଜଳୀ ଜୁନ୍‌ ୨୩, ୨୦୨୦ରେ କରୋନିଲ୍ ଟାବଲେଟ୍ ଔଷଧ ଲଞ୍ଚ ହୋଇଥିଲା। ଏହି ଔଷଧ ସାତ ଦିନ ମଧ୍ୟରେ କୋଭିଡ -୧୯କୁ ଭଲ କରିପାରିବ ବୋଲି ଦାବି ମଧ୍ୟ ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କରେ କିଛି ସୂଚନା ନଥିବାରୁ  ସେ ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇନଥିଲେ।

Comment