ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ୧୧୨ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମିଳିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହଟ୍ଟା ପାଇବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ଶନିବାର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ।

ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଭବନ ପକ୍ଷରୁ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ୧୧୨ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମିଳିବ।

୪ ଜଣଙ୍କୁ ସମ୍ମାନଜନକ ପଦ୍ମଭୂଷଣ, ୧୪ ଜଣଙ୍କୁ ପଦ୍ମବିଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ଏହି ତାଲିକାରେ ୧୧ ଜଣ ମହିଳା ମଧ୍ୟ ଅଛନ୍ତି।

ପଦ୍ମଶ୍ରୀ ତାଲିକାରେ ଓଡ଼ିଶାର ୩ ଜଣ ବ୍ୟକ୍ତି ସାମିଲ ହୋଇଛନ୍ତି। ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦଇତାରି ନାୟକ, ଡି ପ୍ରକାଶ ରାଓ, କୃଷି ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

ପଦ୍ମ ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିତ୍ୱଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇୁଇଟ୍ କରି ଅଭିନ୍ଦନ ଜଣାଇଛନ୍ତି।

“ସମ୍ମାନଜନକ ପଦ୍ମ ପୁରସ୍କାର ପାଇବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ ଅଭିନ୍ଦନ। ସେମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି”, କହିଛନ୍ତି ପ୍ରଧାନମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here