ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରପଡ଼ାରେ ସହରରେ କର୍ଫ୍ୟୁ ଉଠିବା ପରେ ପ୍ରଶାସନ ପକ୍ଷରୁ ଶାନ୍ତି ଶୋଭାଯାତ୍ରା କରାଯାଇଛି।

ଗୁରୁବାର ଅପରାହ୍‌ଣ ୪ଟାଠାରୁ କେନ୍ଦ୍ରାପଡ଼ା ସହରରେ ଜାରି କରାଯାଇଥିବା କର୍ଫ୍ୟୁ ଶୁକ୍ରବାର ସକାଳ ୬ଟାରେ ଉଠାଇ ଦେଇଛି ପ୍ରଶାସନ। କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ବି ସହରରେ ୧୪୪ ଧାରା ବଳବତ୍ତର ରହିଛି।

ସହରରେ ପରିସ୍ଥିତି ସ୍ଵାଭାବିକ ହେଲେ ୧୪୪ ଧାରା ଅପସାରଣ କରାଯିବ ବୋଲି କୁହାଯାଇଛି। ସହରରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ପ୍ରଶାସନ ଶୁକ୍ରବାର ଶାନ୍ତି ଶୋଭାଯାତ୍ରାର ଆୟୋଜନ କରିଛି। ।

ଶୁକ୍ରବାର ସକାଳ ୯ଟା ୩୦ରେ ପ୍ରଶାସନର ଏହି ଶାନ୍ତି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ଦୁଇ ସମ୍ପ୍ରଦାୟର ଲୋକ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା  ପୁରୁଣା ମଟରଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ଶୋଭାଯାତ୍ର ନୂଆ ମଟରଷ୍ଟାଣ୍ଡରେ ସମାପ୍ତ ହୋଇଥିଲା।

ଗତ ଦୁଇ ଦିନ ଧରି କେନ୍ଦ୍ରାପଡା ସହରରେ ନେତାଜୀ ଜୟନ୍ତୀ ପାଳନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହୋଇଥିଲା। ସଂଘର୍ଷ ଧୀରେ ଧୀରେ ବଢ଼ିବାକୁ ଲଗିଥିଲା। ବିବାଦ ଉଗ୍ର ରୂପ ନେବାରୁ ସହରରେ ୧୪୪ ଧାରା ସହ କର୍ଫ୍ୟୁ ଜାରି ହୋଇଥିଲା।

Comment