ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାରା ଦେଶ ପାଳନ କରିଛି ୭୦ତମ ସାଧାରଣତନ୍ତ୍ର ଦିବସ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନଙ୍କ ଆଗରେ ଭାରତୀୟ ସେନା ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଦିଲ୍ଲୀ ରାଜପଥରେ ଭାରତୀୟ ସଂସ୍କୃତି ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅତିଥି ଏବଂ ପୂରା ଦେଶବାସୀ ଉପଭୋଗ କରିଥିଲେ।

ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜ ସେନା। ଦେଶ ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ସେନାର ୪ ଜଣ ସୈନିକ ଆଜି ପରେଡ୍‌ରେ ସାମିଲ ହୋଇଥିଲେ। ଏହି ସୈନିକଙ୍କ ବୟସ ୯୫ରୁ ୧୦୦ ବର୍ଷ ଭିତରେ।

ଆଜାଦ ହିନ୍ଦ ଫୌଜର ଏହି ୪ ସେନାନୀ ଏକ ଖୋଲା ଜିପ୍‌ରେ ସଲାମୀ ମଞ୍ଚ ଦେଇ ଅତିକ୍ରମ କରିଥିଲେ।

ଏହି ୪ ସୈନିକ ହେଲେ ଚଣ୍ଡିଗଡ଼ର ଲାଲତିରାମ(୯୮), ଗୁରୁଗ୍ରାମର ପରମାନନ୍ଦ (୯୯), ହୀରା ସିଂହ (୯୪), ଭାଗମଲ୍ (୯୫)। ସାଧାରଣନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ରାଜପଥରେ ଭାରତୀୟ ସେନା ବାହିନୀର ସୈନିକମାନେ ଚିତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ।

Comment