ଓଡ଼ିଶାଲାଇଭ୍ ବ୍ୟୁରୋ

ହାପ୍ରଭୁଙ୍କ ନୀତି ବିଳମ୍ବ ହେଲେ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠନ ନିଷ୍ପତ୍ତି ପ୍ରସଙ୍ଗରେ ନିଷ୍ପତ୍ତିକୁ ଏକତରଫା କହିଛନ୍ତି ଗରାବଡୁ ନିଯୋଗ।

ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେଲେ ସେବାୟତଙ୍କୁ ଦଣ୍ଡିତ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ସେବାୟତଙ୍କୁ ସତର୍କ କରିଛି। ଗତ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ “୨୫ ପ୍ରତିଶତ, ୩୦ ମିନିଟ ବିଳମ୍ବ କଲେ ୫୦ ପ୍ରତିଶତ, ଏକ ଘଣ୍ଟା ବିଳମ୍ବ କଲେ ସେମାନଙ୍କ ସମ୍ପୂର୍ଣ୍ଣ ପାଉଣା କଟାଯିବ।

ଅନ୍ୟପକ୍ଷରେ ସେବାୟତଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଷ୍ପତ୍ତିକୁ ଗରାବଡୁ ନିଯୋଗ ବିରୋଧ କରିଛନ୍ତି। ଏହି ନଷ୍ପତ୍ତିକୁ ଏକତରଫା କହିଛନ୍ତି ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ। ନିଷ୍ପତ୍ତି ପୂର୍ବରୁ ଛତିଶା ନିଯୋଗ ସହ ଆଲୋଚନା ହୋଇନଥିବା ସେ କହିଛନ୍ତି।

“ସେବାୟତଟିଏ ଘରୁ ଆସିବା ବାଟରେ ଅସୁବିଧା ଘଟିପାରେ। ଆସିବା ବାଟରେ ଅଘଟଣକୁ ପରୀକ୍ଷା କରିବ କିଏ”, ପ୍ରଶ୍ନ କରିଛନ୍ତି ରଜତ ପ୍ରତିହାରୀ।

Comment