ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ବୁଧବାର ରାଜ୍ୟର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ଖସି ଯାଇଥିଲା। ରାଜ୍ୟର ୧୨ଟି ସହରରେ ଅଧିକ ଶୀତ ଅନୁଭୂତ ହେଉଛି। ଗୁରୁବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲିସିୟସ୍‌ ରହିଥିବା ବେଳେ ଫୁଲବାଣୀରେ ୬.୮ ଡିଗ୍ରୀ ସେଲିସିୟସ୍‌ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଓ କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ରାତି ଓ ସକାଳେ ପ୍ରବଳ ଶୀତ ଅନୁଭୂତ ହେଉଛି। ସାରା ରାଜ୍ୟରେ ଏଭଳି ସ୍ଥିତି ଆହୁରି ୨୪ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଘୁଆ ପାଗ ଛାଡ଼ି ଯିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ପୁଣି ଶୀତ ଅନୁଭୂତ ହେଉଛି।

ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଫେବ୍ରୁଆରି ୧ଯାଏଁ ରାଜ୍ୟର ୧୬ଟି ଜିଲ୍ଲା ପାଇଁ ଶୀତକୁ ନେଇ ସତର୍କ ସୂଚନା ଜାରି ହୋଇଛି।

Comment