ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆହୁରି ୪୮ ଘଣ୍ଟା ଲାଗି ରହିବ ଶୀତ। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ ବୁଧବାର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ବୌଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନଗୁଳ, ମୟୂରଭଞ୍ଜର କିଛିଟା ସ୍ଥାନରେ ଶୀତର ଲହରୀ ସମ୍ଭାବନା ରହିଛି।

ଭୁବନେଶ୍ୱର ଓ କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ରାତି ଓ ସକାଳେ ପ୍ରବଳ ଶୀତ ଅନୁଭୂତ ହେଉଛି। ସାରା ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪୮ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱର ପକ୍ଷରୁ କୋଲ୍ଡ ୱେଭ୍‌ କଣ୍ଡିସନ୍‌ ଜାରି କରାଯାଇଛି। ମେଘୁଆ ପାଗ ଛାଡ଼ି ଯିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ପୁଣି ଶୀତ ଅନୁଭୂତ ହେଉଛି।

ପ୍ରବଳ ଥଣ୍ଡାକୁ ନଜରରେ ରଖି ଭୁବନେଶ୍ୱଜ ଆଞ୍ଚଳିକ ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ଦାରିଙ୍ଗିବାଡ଼ିର ତାପମାତ୍ରା ୬ ଡିଗ୍ରୀ ଖସି ଯାଇଥିବା ବେଳେ ଗତକାଲି କିଛି ଅଞ୍ଚଳରେ ତୁଷାରପାତ ହୋଇଥିଲା।

Comment