ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ତାପମାତ୍ରା ବୃଦ୍ଧି ଘଟିବା ସହ ଶୀତର ପ୍ରକୋପ ସାମାନ୍ୟ କମିଛି। ଆଉ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ଥଣ୍ଡାର ପ୍ରକୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୋମବାରରେ ଅନଗୁଳ, କୋରାପୁଟ, ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛ। ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୧୦ରୁ ୧୧ ଡିଗ୍ରୀ ମଧ୍ୟରେ ରହିଥିଲା। କେନ୍ଦୁଝର, ସମ୍ବଲପୁର ଓ ବଲାଙ୍ଗିରରେ ୧୧ରୁ ୧୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ଥିଲା। ଅନ୍ୟ ସମସ୍ତ ଅଞ୍ଚଳରେ ୧୨ ଡିଗ୍ରୀ ଉପରକୁ ତାପମାତ୍ରା ଥିଲା। ଭୁବନେଶ୍ୱର ଟ କଟକର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ମଧ୍ୟରେ ରହିଛି।

ଉପକୂଳ ଓଡ଼ିଶାରେ ଥଣ୍ଡା କମିଥିଲେ ମଧ୍ୟ କୁହୁଡ଼ି ଜାରି ରହିଛି। କଟକ ସମେତ ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଅନଗୁଳ, ଡେଙ୍କାନାଳ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ହେବ। ଆସ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି। ଯାହାଫଳରେ ଶୀତର ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comment