ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ଆସିଥିବା ବାତ୍ୟା ଫେଙ୍ଗାଲ ପ୍ରଭାବରେ ଏବେ ଓଡ଼ିଶାର କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ହେଉଛି। ଗୁରୁବାର ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଶୀତ କମ ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ଫେଙ୍ଗାଲ ତାମିଲନାଡୁ ଉପକୂଳରେ ମାଡ଼ ହେବା ଉପରେ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ଏହା ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁ ହେଉଥିବାରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ହାଲୁକା ବର୍ଷା ହେଉଛି।

ବୁଧବାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ବର୍ଷା ପ୍ରଭାବରେ ରାଜ୍ୟରେ ଶୀତ କମିଥିବାବେଳେ ଆସନ୍ତା ୩ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ଵର ପାଣିପାଗ କେନ୍ଦ୍ର।

Tags: #Coldwave #Rainfall #Winter #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here