ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା ଜିଲ୍ଲା ସିନାପାଲି ଥାନାର ଜଣେ କାର୍ଯ୍ୟରତ ଏଏସ୍‌ଆଇ ଲାଞ୍ଚ ନେବା ଅଭିଯୋଗରେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସିନାପାଲି ଥାନାରେ କାର୍ଯ୍ୟରତ ଏଏସ୍ଆଇ କୃଷ୍ଣ ବଲ୍ଲଭ ଶବର ଭରୁଆମୁଣ୍ଡା ପଞ୍ଚାୟତର ବରପଦର ଗାଁର ପୁସ୍ତମ ଛତ୍ରିଆଙ୍କ ବାପାଙ୍କ ନାଁରେ ଥିବା ମାମଲାକୁ ସମାଧାନ କରିଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ହେଲେ ପୁସ୍ତମ ଜଣେ ଗରିବ ଲୋକ ହୋଇଥିବାରୁ ଟଙ୍କା ଦେଇ ପାରିନଥିଲେ। ଏଏସ୍ଆଇ ବାରମ୍ବାର ଟଙ୍କା ମାଗିବାରୁ ବାଧ୍ୟ ହୋଇ ପୁସ୍ତମ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ ଆଜି ଯୋଜନାବଦ୍ଧ ଭାବେ ୭୦୦୦ ହଜାର ଟଙ୍କା ପୁସ୍ତମକୁ ଦେଇ ଏଏସ୍‌ଆଇଙ୍କୁ ଲାଞ୍ଚଦେବା ପାଇଁ ପଠାଇଥିଲା। ଲାଞ୍ଚ ନେଉଥିବା ବେଳେ ଏଏସଆଇ କୃଷ୍ଣ ବଲ୍ଲଭ ଶବରକୁ ଭିଜିଲାନ୍ସ ଗିରଫ କରି କରିଥିଲ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Comment