ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମହିଳାମାନେ ଯେତେବେଳେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ତାଙ୍କର ଭଲଭାବେ ଯତ୍ନ ନେବା ଆବଶ୍ୟକ। ଏଥିପାଇଁ ମହିଳାଙ୍କୁ ଦୁଇରୁ ତିନି ଦିନ ହସ୍ପିଟାଲରେ ରଖାଯାଇଥାଏ। କିନ୍ତୁ ବିଶ୍ୱରେ ଏଭଳି ସହର ଅଛି ଯେଉଁଠି ମହିଳାମାନେ ପ୍ରଥମଥର ପାଇଁ ମା’ ହେଲେ ତାଙ୍କୁ ହୋଟେଲକୁ ପଠାଇ ଦିଆଯାଇଥାଏ।

ଡେନମାର୍କର ରାଜଧାନୀ କୋପେନହେଗନରେ ଏଭଳି ଅଦ୍ଭୁତ ହୋଟେଲ ରହିଛି ଯାହା ବେବି ହୋଟେଲ ନାଁରେ ଜଣାଶୁଣା। ଦିନ ହେଉ କି ରାତି ଏଠି ସବୁବେଳେ ଛୋଟ ଛୁଆଙ୍କ ବିକଟାଳ କାନ୍ଦ ଶୁଣିବାକୁ ମିଳିଥାଏ। ବିବିସି ରିପୋର୍ଟ ଅନୁସାରେ ଏହି ବେବି ହୋଟେଲରେ ମହିଳାମାନେ ଦୁଇ ଦିନ ପାଇଁ ରହିଥାନ୍ତି। ଶିଶୁ ଜନ୍ମ ଦେବା ପରେ ଯଦି ମହିଳା ଓ ଶିଶୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ରହିବା ପାଇଁ ଅନୁମତି ମିଳିଥାଏ। ସବୁଠାରୁ ବଡ଼ କଥା ହେଲା ରହିବା ପାଇଁ କୌଣସି ଚାର୍ଜ ଲାଗିନଥାଏ।

 

ଡେନମାର୍କର ଏହି ମାଟରନିଟି ହୋଟେଲ ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥାଏ। ଧନୀ ହେଉ କି ଗରିବ, ଯେକୌଣସି ଆର୍ଥିକ କିମ୍ବା ସାମାଜିକ ବର୍ଗର ହୋଇଥାନ୍ତୁ ଏଠାରେ ସମସ୍ତଙ୍କୁ ସମାନ ଅଧିକାର ମିଳିଥାଏ। ଏହି ହୋଟେଲରେ ଖାଇବା ପିଇବା ଭଳି ସମସ୍ତ ସୁବିଧା ଉପଲବ୍ଧ। ପାଖାପାଖି ୬୦ରୁ ୯୦ ପ୍ରକାର ଖାଦ୍ୟସାମଗ୍ରୀ ମିଳିଥାଏ। ମହିଳାଙ୍କୁ ଯେଉଁ ଖାଦ୍ୟ ପସନ୍ଦ ଫୋନରେ ଅର୍ଡର କରିପାରିବେ। ହସ୍ପିଟାଲକୁ ଆସୁଥିବା ମା’ ବାପାଙ୍କୁ ୫୨ ସପ୍ତାହର ଛୁଟି ଅଫର ଦିଆଯାଏ।  ଏହି ଛୁଟି ସମୟରେ ମହିଳାଙ୍କୁ ୧୮ ସପ୍ତାହର ଦରମା ମିଳିଥାଏ।

Comment