କୃତିକା ଶତପଥୀ

ବିଶ୍ୱ କ୍ୟାନସର ଦିବସ ଅବସରରେ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରୁ ସୋମବାର ସକାଳ ୮ରୁ ଏକ ମାରାଥନର ଆୟୋଜନ କରାଯାଇଥିଲା। କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ଓ ଏହି ରୋଗରୁ ମୁକ୍ତ ପାଇଥିବା ବ୍ୟକ୍ତିଙ୍କ ଦ୍ୱାରା ଗଠିତ ଫାଇଟର ଗ୍ରୁପ୍‌ ପକ୍ଷରୁ ଏହି ମିନି ମାରାଥନର ଆୟୋଜନ କରାଯାଇଥିଲା। ଏହି ମିନି ମାରାଥନରେ ସାମିଲ ହୋଇଥିଲେ ବରଗଡ଼ର ଛାତ୍ରଛାତ୍ରୀ, ସମାଜସେବୀ ଓ ସାଧାରଣ ନାଗରିକ।

ବରଗଡ଼ ଜିଲ୍ଲାରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୬୦ ପ୍ରତିଶତରୁ ଅଧିକ କ୍ୟାନ୍‌ସର ପୀଡ଼ିତ ବ୍ୟକ୍ତି ପଶ୍ଚିମ ଓଡ଼ିଶାରେ ଅଛନ୍ତି। ଅଧିକାଂଶ କ୍ୟାନ୍‌ସର ରୋଗୀ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ରହିଛନ୍ତି।

ଏହି ରୋଗର ଭୟାଭୟତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ମାରାଥନର ମୂଳ ଉଦ୍ଦେଶ୍ୟ ଥିଲା।

Comment