ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ସାମ୍ନାରେ ରହିଛି ୨୨୦ ରନ୍‌ର ଟାର୍ଗେଟ। ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ  କରିଥିଲା ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୨୧୯ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ଦଳର ୱିକେଟ କିପର ଟିମ୍ ସେଫର୍ଟ ସର୍ବାଧିକ ୮୪ ରନ୍‌ କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ ୩୪ ରନ୍‌ କରିଛନ୍ତି।

ବର୍ତ୍ତମାନ ଭାରତ ସାମ୍ନାରେ ୨୨୦ରନ୍‌ର ଟାର୍ଗେଟ ରହିଛି। ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ୱିକେଟ ସଂଗ୍ରହ କରିଛନ୍ତି। ସେହିପରି ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, କୃନାଲ ପାଣ୍ଡ୍ୟା, ୟୁଜବେନ୍ଦର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ନ୍ୟୁଜିଲାଣ୍ଡର ୱେଲିଙ୍ଗଟନ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଟ୍ୱେଣ୍ଟି-୨୦ ସିରିଜ୍। ଭାରତ ଦିନିକିଆ ସିରିଜକୁ ୪-୧ରେ ଜିତିଥିବା ବେଳେ ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ଅଛି।

Comment