ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯିବ ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ। ଏହି ମ୍ୟାଚ ନ୍ୟୁଜିଲାଣ୍ଡର ୱେଲିଙ୍ଗଟନ୍‌ରେ ଖେଳାଯିବ। ଗୁରୁବାର ହାମିଲଟନ୍‌ ମ୍ୟାଚରେ ଟିମ୍‌ ଇଣ୍ଡିଆ ବହୁତ ଖରାପ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦଳଠାରୁ ହାରିଥିଲା। ଏହାର ଜବାବ ଦେବାକୁ ଯାଇ ରବିବାର ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ସ୍ଥିତି ୩-୧ ରହିଛି।

ଟିମ୍‌ ଇଣ୍ଡିଆ ପ୍ରଥମ ତିନୋଟି ମ୍ୟାଚ ଜିତି ସିରିଜକୁ କବଜା କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡକୁ କ୍ଲିନ୍‌ ସୁଇପ୍‌ କରିବାରେ ସଫଳ ହୋଇନାହିଁ। ଏହି ଆଶାକୁ ଧୂଳିସାତ୍‌ କରି ଚତୁର୍ଥ ଦିନିକିଆରେ ଭାରତୀୟ ଦଳକୁ ୯୨ ରନ୍‌ରେ ଅଲଆଉଟ କରିଥଲା ନ୍ୟୁଜିଲାଣ୍ଡ ଟିମ୍‌। ବର୍ତ୍ତମାନ ପଞ୍ଚମ ଦିନିକିଆରେ ଏଭଳି ହାରଠାରୁ ଦୂରେଇ ରହିବା ପାଇଁ ଟିମ୍‌ ଇଣ୍ଡିଆ ଚେଷ୍ଟା କରିବ।

 

ଶେଷ ଦିନିକିଆ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ଫେରୁଛନ୍ତି ଏମ୍‌ଏସ୍‌ ଧୋନି। ଆହତ କାରଣରୁ ପୂର୍ବ ଦୁଇ ମ୍ୟାଚରେ ଧୋନି ଖେଳୁ ନଥିଲେ। ବର୍ତ୍ତମାନ ଭାରତୀୟ ଦଳରେ ବିରାଟଙ୍କ ଅନୁପସ୍ଥିତିକୁ ପୂରଣ କରିବେ ଧୋନି। ଅନ୍ୟପଟେ ଅଣ୍ଟାରେ ଆଘାତ ଲାଗିବା ଯୋଗୁଁ ନ୍ୟୁଜିଲାଣ୍ଡ ଦଳର ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଶେଷ ଦିନିକିଆରେ ଖେଳିବେ ନାହିଁ। ତାଙ୍କ ବଦଳରେ ଦଳରେ କୋଲିନ୍‌ ମୁନ୍‌ରୋ ଖେଳିବେ।

ଆସନ୍ତା ଫେବ୍ରୁଆରି ୬ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ। ଏହି ସରିଜର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡର ୱେଲିଙ୍ଗଟନ୍‌ରେ ଖେଳାଯିବ।

Comment