ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଶନିବାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏଠାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିମହା ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଏବଂ ସବୁଜ ବିପ୍ଳବର ଜନକ ଏମଏସ. ସ୍ୱାମୀନାଥନଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି। ଏହାସହ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଦେଶର ସର୍ବୋଚ୍ଚ ସମ୍ମାନ ମିଳିଛି। ରାଷ୍ଟ୍ରପତି ଭବନରେ ହୋଇଥିବା ବିଶେଷ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି।

ଏଠାରେ ଲାଲକୃଷ୍ଣ ଆଡଭାନୀଙ୍କ ବ୍ୟତୀତ ଅନ୍ୟ ୪ ଜଣ ବ୍ୟକ୍ତିତ୍ୱଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ଦିଆଯାଇଛି। ସେମାନଙ୍କ ପରିବାର ସଦସ୍ୟ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ଅନ୍ୟପଟେ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଏହି ସମାରୋହ ପାଇଁ ରାଷ୍ଟ୍ରପତି ଭବନରେ ଯୋଗଦେଇ ପାରିନଥିଲେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରିବେ।

ଚଳିତବର୍ଷ ଜାନୁଆରି ମାସରେ କେନ୍ଦ୍ର ସରକାର ଉପରୋକ୍ତ ୫ ଜଣ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ମନୋନୀତ କରିଥିଲେ।

Tags: #BharatRatna #HighestCivilianHonour #India

Comment