ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତ୍ର ୨୪ ବଲରେ ଅର୍ଦ୍ଧଶତକ କରି ରେକର୍ଡ ରଚିଲେ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା।

ଭାରତୀୟ ମହିଳା କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ପୁଣି ରେକର୍ଡ ରଚିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ କମ୍‌ ବଲରେ ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଛନ୍ତି ସେ। ୱେଲିଂଟନରେ ଖେଳାଯାଉଥିବା ଏହି ମ୍ୟାଚରେ ସ୍ମୃତି ମନ୍ଧାନା ମାତ୍ର ୨୪ ବଲରେ ଅର୍ଦ୍ଧଶତକ କରିଛନ୍ତି। ଏଥି ସହ ମନ୍ଧାନା ଖୁବ କମ୍‌ ବଲରେ ଅର୍ଦ୍ଧଶତକ କରି ପାରିଥିବା ଭାରତୀୟ ମହିଳା ହୋଇପାରିଛନ୍ତି।

ଓପନର ସ୍ମୃତି ମନ୍ଧାନା ଏହି ମ୍ୟାଚରେ ବ୍ୟକ୍ତିଗତ ଭାବେ ୫୮ ରନ କରି ଆଉଟ ହୋଇଛନ୍ତି। କିନ୍ତୁ ଦୂର୍ଭାଗ୍ୟବସତଃ ଟିମ୍‌ ଇଣ୍ଡିଆ ଏହି ମ୍ୟାଚରେ ହାରିଯାଇଛି। ଦଳକୁ ଜିତିବା ପାଇଁ ୫୮ରନ୍‌ ଥିବା ବେଳେ ବିପକ୍ଷ ଦଳର ବୋଲର ଆମେଲି କେରଙ୍କ ବଲରେ ମନ୍ଧାନା ଆଉଟ ହୋଇଥିଲେ। ଏହା ପରେ ୨୩ ରନ ବ୍ୟବଧାନରେ ଟିମ୍‌ ଇଣ୍ଡିଆ ହାରିଥିଲା।

ସ୍ମୃତି ମନ୍ଧାନା ନିକଟରେ ଆଇସିସି ମହିଳା ଦିନିକିଆରେ ବ୍ୟାଟ୍ସମ୍ୟାନ ରାଙ୍କର ପ୍ରଥମ ସ୍ଥାନରେ ରହିଛନ୍ତି।  ବର୍ତ୍ତମାନ ଆଇସିସି ମହିଳା ଦିନିକିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେଉଛନ୍ତି ସ୍ମୃତି ମନ୍ଧାନା। ଏହି କ୍ରମରେ ଭାରତୀୟ ଟିମ୍‌ର ଅଧିନାୟିକା ମିତାଲି ରାଜ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି।

Comment