ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଇତିହାସ ରଚିଛନ୍ତି। ଶୁକ୍ରବାର ଅକଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ଆଜିର ମ୍ୟାଚରେ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚରେ ରୋହିତ ଶର୍ମା ବିଶ୍ୱର ସର୍ବଧିକ ଟି-୨୦ ରନ୍‌ ହାସଲକାରୀ ଖେଳାଳି ହୋଇପାରିଛନ୍ତି।

ଏହା ପୂର୍ବରୁ ରୋହିତ ଶର୍ମା ସର୍ବାଧିକ ୨୨୩୮ ରନ କରି ଟି-୨୦ ଇତିହାସର ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ଲିଷ୍ଟରେ ତୃତୀୟ ସ୍ଥାନରେ ଥିଲେ। ତେବେ ଆଜି ୫୦ ରନ ହାସଲ କରି ରୋହିତ ୨୨୮୮ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ଟି-୨୦ ଇତିହାସର ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ତାଲିକାରେ ରୋହିତ ଶର୍ମା ପ୍ରଥମ ରହିଛନ୍ତି।

ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ତେବେ ରୋହିତଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡକୁ ତା’ର ଘରୋଇ ମାଟିରେ ଟି-୨୦ ମ୍ୟାଚରେ ପରାସ୍ତ କରିଛି।

Comment