ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ଓପନର୍‌ ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆରେ ବ୍ୟାଟ୍ସମ୍ୟାନ ଲିଷ୍ଟର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଶନିବାର ଆଇସିସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଆଇସିସି ମହିଳା ଦିନିକିଆରେ ଶୀର୍ଷ ସ୍ଥାନରେ ଅଛନ୍ତି ସ୍ମୃତି ମନ୍ଧାନା। ଏହି କ୍ରମରେ ଭାରତୀୟ ଟିମ୍‌ର ଅଧିନାୟିକା ମିତାଲି ରାଜ୍‌ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି।

ସ୍ମୃତି ମନ୍ଧାନା ୭୫୧ ପଏଣ୍ଟ ସହିତ ପ୍ରଥମ ସ୍ଥାନ କବଜା କରିଛନ୍ତି। ତାଙ୍କ ପରେ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନ ଏଲିସ ପେରୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ର ସାନା ମୀର ବୋଲିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆରେ ସ୍ମୃତି ମନ୍ଧାନା ଚତୁର୍ଥ ଶତକ ମାରିବା ସହ ୯୦ ରନ୍‌ କରି ନଟଆଉଟ ମଧ୍ୟ ରହିଛନ୍ତି। ତାଙ୍କର ଏହି ଚମତ୍କାର ବ୍ୟାଟିଂ ପ୍ରଦର୍ଶନୀ ପାଇଁ ଆଇସିସିର ୧ନମ୍ବର ସ୍ଥାନରେ ରହିପାରିଛନ୍ତି ସ୍ମୃତି।

ଗତ ଏକ ବର୍ଷ ମଧ୍ୟରେ ସ୍ମୃତି ଦିନିକିଆ ଖେଳରେ ଜବରଦସ୍ତ ଫର୍ମରେ ଅଛନ୍ତି। ୨୦୧୮ ପରେ ସେ ୨ଟି ଶତକ ଓ ୮ଟି ଅର୍ଦ୍ଧଶତକ ଖେଳି ସାରିଛନ୍ତି।

ସେହିପରି ଭାରତ ବିପକ୍ଷରେ ଲଗାତାର ଅର୍ଦ୍ଧଶତକ ଖେଳି ନ୍ୟୁଜିଲାଣ୍ଡ ଦଳର ଅଧିନାୟିକ ଏମି ସେଟରୱେଟ ଦଶମ ସ୍ଥାନରୁ ଆସି ୪ ନମ୍ବରରେ ପହଞ୍ଚିଛନ୍ତି।

Comment