ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଞ୍ଚିରେ ଖେଳାଯାଉଥିବା ଏହି ଟେଷ୍ଟରେ ଟିମ୍ ଇଣ୍ଡିଆ ବୋଲିଂ କରୁଥିବାବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ ବିନିମୟରେ ୩୦୨ ରନ କରିଛି। ଇଂଲଣ୍ଡର ଜୋ ରୁଟ ୧୦୬ ରନ କରି ଅପରାଜିତ ରହିଛନ୍ତି। ସେହିପରି ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ ଖେଳୁଥିବା ଆକାଶ ଦୀପ ୩ଟି ୱିକେଟ ନେଇଛନ୍ତି।

ଏହି ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ବ୍ୟାଟିଂ କରିବାକୁ ଆସିଥିଲେ। ସେମାନେ ଆରମ୍ଭରୁ ଦଳ ପାଇଁ ସ୍କୋର କରିବା ଆରମ୍ଭ କରିଥିଲେ। ଏହାପରେ ଦଳୀୟ ସ୍କୋର ୪୭ ହୋଇଥିବା ବେଳେ ବେନ ଡକେଟଙ୍କ ୱିକେଟ ନେଇଥିଲେ ଆକାଶ ଦୀପ।

ଏହାପରେ ଇଂଲଣ୍ଡର ସ୍କୋର ୫୭ ହୋଇଥିବାବେଳେ ତୃତୀୟ ୱିକେଟର ପତନ ହୋଇଥିଲା। ଏହାପରେ ଜୋ ରୁଟ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଏହାପରେ ସେ ଦଳ ପାଇଁ ସ୍କୋର କରିବା ଆରମ୍ଭ କରିଥିଲେ।

ଭାରତୀୟ ବୋଲରମାନେ କିଛି ଓଭର ଅନ୍ତରାଳରେ ଇଂଲଣ୍ଡ ଖେଳାଳିଙ୍କ ୱିକେଟ ନେଉଥଲେ। ଦଳ ପକ୍ଷରୁ ଆକାଶ ଦୀପ ୩ଟି, ମହମ୍ମଦ ସିରାଜ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ଵିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।    

ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ ବିନିମୟରେ ୩୦୨ ରନ ସଂଗ୍ରହ କରିଛି। ଜୋ ରୁଟ ୨୨୬ଟି ବଲରୁ ୧୦୬ ରନ କରି ଅପରାଜିତ ଅଛନ୍ତି। ସେ ଶନିବାର ଅଲି ରବିନସନଙ୍କ ସହ ବ୍ୟାଟିଂ ଆରମ୍ଭ କରିବେ।

Tags: #IndiavsEnglandTestSeries #TestCricket #Ranchi #BCCI #Sports #India

LEAVE A REPLY

Please enter your comment!
Please enter your name here