ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠାରୁ ରାଞ୍ଚିରେ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ରାଜକୋଟରେ ତୃତୀୟ ଟେଷ୍ଟ ଜିତି ସିରିଜରେ ୨-୧ରେ ଅଗ୍ରଣୀ ରହିଛି ଭାରତ। ଚତୁର୍ଥ ଟେଷ୍ଟ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।  

ତେବେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ମ୍ୟାଚରେ ଯୁବ ବୋଲର ଆକାଶ ଦୀପଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ। ତେବେ ରାଞ୍ଚିର ପିଚ୍ ସ୍ପିନ ବୋଲିଂ ସୁହାଇବ ବୋଲି କୁହାଯାଉଛି। ଏଥିପାଇଁ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିବ।

ଅନ୍ୟପଟେ ବ୍ୟାଟିଂରେ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ, ସରଫରାଜ ଖାନଙ୍କ ଭଳି ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ତେବେ ଇଂଲଣ୍ଡର ବୋଲରଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟରମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି।

ଅନ୍ୟପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚଟି କର ବା ମର ମୁକବିଲା ହେବ। ଦଳ ଭାରତ ବିପକ୍ଷରେ ଦୁଇଟି ମ୍ୟାଚ୍ ହାରିଥିବାବେଳେ ରାଞ୍ଚି ଟେଷ୍ଟରେ ହାରିଲେ ସିରିଜ୍ ହାତଛଡ଼ା କରିବ। ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ନିଜ ଦଳରେ କିଛି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।

ଭାରତ ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ସହ ୫ଟି ମ୍ୟାଚ ଖେଳିବ। ପ୍ରଥମ ୩ଟି ମ୍ୟାଚ ହାଇଦ୍ରାବାଦ, ବିଶାଖାପାଟଣା ଓ ରାଜକୋଟରେ ହୋଇଥିଲା। ରାଞ୍ଚିରେ ଚତୁର୍ଥ ଟେଷ୍ଟ ହେଉଥିବାବେଳେ ହିମାଚଳ ପ୍ରଦେଶର ଧର୍ମଶାଳାରେ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ। ମାର୍ଚ୍ଚ ୧୧ ତାରିଖରେ ଏହି ଟେଷ୍ଟ ସିରିଜ୍ ସରିବ।

Tags: #IndiavsEnglandTestSeries #TestCricket #Ranchi #BCCI #Sports #India

LEAVE A REPLY

Please enter your comment!
Please enter your name here