ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ। ଗୁଜରାଟର ରାଜକୋଟରେ ଖେଳାଯିବ ଏହି ଟେଷ୍ଟ। ଭାରତ ବିଶାଖାପାଟଣାରେ ଦ୍ଵିତୀୟ ଟେଷ୍ଟ ଜିତି ସିରିଜକୁ ୧-୧ରେ ବରାବର କରିଛି। ଏବେ ତୃତୀୟ ଟେଷ୍ଟ ଜିତି ସିରିଜରେ ଅଗ୍ରଣୀ ହେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।  

ତେବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରିଥିବା ବିରାଟ କୋହଲି ସିରିଜର ଅନ୍ୟ ମ୍ୟାଚ ମଧ୍ୟ ଖେଳିବେ ନାହିଁ। ଏହାସହ କେଏଲ ରାହୁଲ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ପୂର୍ବ ଟେଷ୍ଟ ମ୍ୟାଚରୁ ଦଳରେ ଅନୁପସ୍ଥିତ ଅଛନ୍ତି। ଏଥିଲାଗି ଦଳର ବ୍ୟାଟିଂ ଦାୟିତ୍ଵ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ଉପରେ ରହିବ।

ତେବେ ରାଜକୋଟ ପିଚ ପେସ ବୋଲିଂକୁ ସୁହାଇବ ବୋଲି କୁହାଯାଉଛି। ଏଥିପାଇଁ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଏହାସହ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ଅନ୍ୟ ବୋଲରଙ୍କ ବୋଲିଂ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିବ।

ଇଂଲଣ୍ଡଠାରୁ ସିରିଜର ପ୍ରଥମ ଟେଷ୍ଟ ୨୮ ରନରେ ହାରିବା ପରେ ଟିମ୍ ଇଣ୍ଡିଆ ଦ୍ଵିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଥିଲା। ତେବେ ତୃତୀୟ ଟେଷ୍ଟରେ ଇଂଲଣ୍ଡର ବୋଲରଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟରମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି।

ଭାରତ ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ସହ ୫ଟି ମ୍ୟାଚ ଖେଳିବ। ପ୍ରଥମ ଦୁଇଟି ମ୍ୟାଚ ହାଇଦ୍ରାବାଦ ଓ ବିଶାଖାପାଟଣାରେ ହୋଇଥିଲା। ରାଜକୋଟରେ ତୃତୀୟ ଟେଷ୍ଟ ପରେ ରାଞ୍ଚି ଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଅନ୍ୟ ୨ଟି ମ୍ୟାଚ ଖେଳାଯିବ। ମାର୍ଚ୍ଚ ୧୧ ତାରିଖରେ ଏହି ଟେଷ୍ଟ ସିରିଜ୍ ସରିବ।

Tags: #IndiavsEnglandTestSeries #TestCricket #Rajkot #BCCI #Sports #India

LEAVE A REPLY

Please enter your comment!
Please enter your name here