ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ମାର୍ଚ୍ଚ ମାସରେ ପ୍ରଥମଥର ଲାଗି ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ। ଏଥିଲାଗି ସୋମବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଛି ଖେଳାଳି ନିଲାମ ପ୍ରକ୍ରିୟା। ଏଥିରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ଦଳ ତାଙ୍କୁ ୩ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି।

ନିଲାମରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି। ସେହିପରି ଦୀପ୍ତି ଶର୍ମାଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କାରେ ୟୁପି ୱାରିଅର୍ସ ଦଳ ନିଜ ପକ୍ଷରେ ସାମିଲ କାରିଛି।

ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡର ନାଟ ସ୍କାଭିୟର ବ୍ରଣ୍ଟ ୩ କୋଟି ୨୦ ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆର ଆସଲେ ଗାଡନରଙ୍କୁ ଗୁଜରାଟ ଟାଇଟନ୍ସ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି। ଏମାନେ ମହିଳା ପ୍ରିମିୟର ଲିଗର ଦ୍ଵିତୀୟ ଦାମୀ ଖେଳାଳି ହୋଇଛନ୍ତି।

ଅନ୍ୟପକ୍ଷରେ ଶେଫାଳି ବର୍ମାଙ୍କୁ ୨ କୋଟି ୨୦ ଲକ୍ଷ ଟଙ୍କା ଓ ଜେମିମା ରୋଡରିଗସଙ୍କୁ ୨ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ କିଣିଛି।

ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ ତାରିଖରୁ ୨୬ ତାରିଖ ଯାଏଁ ଚାଲିବ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି), ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ୟୁପି ୱାରିଅର୍ସ ଭଳି ୫ଟି ଟିମ୍ ଖେଳିବେ। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡି ୱାଇ ପାଟିଲ୍ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ।

Tags: #WomenPremierLeague2023 #PlayerAuction #SmritiMandhana #Mumbai India

Comment