ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାରଠାରୁ ବାରବାଟୀ ଷ୍ଟାଡିୟମଠାରେ ମହିଳା ଚ୍ୟାଲେଞ୍ଜର୍ ଟ୍ରଫି ଟି-୨୦ ଖେଳାଯିବ। ଭାରତ-ଏ, ବି ଓ ସି’ ମଧ୍ୟରେ ଟାଇଟଲ୍ ଟକ୍କର ହେବ। ଏନେଇ ସମସ୍ତ ଦଳ ଓଡ଼ିଶାରେ ପହଞ୍ଚିଛନ୍ତି। ଶନିବାର ଭାରତ-ଏ ଓ ବି’ ମଧ୍ୟରେ ମ୍ୟାଚ ଥିବାରୁ ଉଭୟ ଦଳର ଖେଳାଳି ଶୁକ୍ରବାର ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ କରିବାକୁ ଆସିଥିଲେ। କିନ୍ତୁ ପାଗ ଭଲ ନଥିବା କାରଣରୁ ଅଭ୍ୟାସ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ଖେଳାଳିମାନେ ନେଟ୍ସ ଅଭ୍ୟାସ କରିନଥିଲେ। କେବଳ କିଛି ସମୟ ପାଇଁ ୱାର୍ମ୍ଅପ୍‌ ହୋଇ ଭୁବନେଶ୍ୱର ହୋଟେଲକୁ ଫେରିଥିଲେ।

ଆଜି ଅଭ୍ୟାସ ପାଇଁ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ପ୍ରଥମେ ବାରବାଟୀକୁ ଆସିଥିଲା। ପରେ ସ୍ମ୍ରିତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଭାରତ-ବି ଦଳ ଏଠାରେ ପହଞ୍ଚି ଓ୍ଵାର୍ମଅପ୍‌ କରିଥିବାର ଦେଖିବାକୁ ମିଳିଥିଲା। ସ୍ମ୍ରିତିଙ୍କ ଟିମ୍‌ରେ ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ଶନିବାର ପ୍ରଥମ ମ୍ୟାଚକୁ ନେଇ ସନ୍ଦେହ ଉପୁଜିଛି। ବର୍ଷା ଯୋଗୁଁ ଆଉଟ୍‌ଫିଲ୍ଡ ସାଧାରଣତଃ ଓଦା ହୋଇଛି। ଏନେଇ ପିଚ୍‌କୁ ଘୋଡ଼ାଇ ଦିଆଯାଇଛି। ଯଦି ଶନିବାର ବର୍ଷାର ପରିମାଣ ବଢେ ତାହେଲେ ମ୍ୟାଚ ବାତିଲ ହେବାର ଆଶଙ୍କା ରହିଛି।

Comment