ଓଡ଼ିଶାଲାଇଭ୍‌ ବ୍ୟୁରୋ  

  • ହରମନ୍‌ପ୍ରିତ କୌର, ସ୍ମ୍ରିତି ମନ୍ଧାନା, ବେଦ କ୍ରିଷ୍ଣାମୂର୍ତ୍ତି ଆକର୍ଷଣ
  • ଓଡ଼ିଶାରୁ ସୁଶ୍ରୀ, ମାଧୁରୀ

କଟକ: ଆସନ୍ତା ୪ ତାରିଖରୁ ବାରବାଟୀ ଷ୍ଟାଡିୟମ୍‌ଠାରେ ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି ଖେଳାଯିବ। ଏନେଇ ଭାରତୀୟ ମହିଳା କ୍ରିକେଟର ସମସ୍ତ ବଡ ଚେହେରା କଟକ ଆସୁଛନ୍ତି। ଇଣ୍ଡିଆ-ଏ, ଇଣ୍ଡିଆ-ବି ଏବଂ ଇଣ୍ଡିଆ-ସି’ ଦଳରେ ଏମାନେ ମ୍ୟାଚ ଖେଳିବେ। କ୍ରୀଡ଼ା ସୂଚୀ ପ୍ରକାଶ ପାଇଥିବା ବେଳେ ଆସନ୍ତା କାଲି ଇଣ୍ଡିଆ-ଏ’ ଏବଂ ବି’ ଦଳ ବାରବାଟୀରେ ଅଭ୍ୟାସ କରିବେ।

ପ୍ରସିଦ୍ଧ ଭାରତୀୟ କ୍ରିକେଟର ହରମନପ୍ରିତ କୌରଙ୍କ ନେତୃତ୍ୱରେ ଇଣ୍ଡିଆ-ଏ’। ସେହିପରି ସ୍ମ୍ରିତି ମନ୍ଧାନାଙ୍କ ନେତୃତ୍ୱରେ ସକାଳ ୧୦ଟାରୁ ଅପରାହ୍‌ଣ ୧ଟା ଯାଏଁ ନେଟ୍ସ କରିବେ। ବି’ ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି। ତାଙ୍କ ଛଡା ଓଡ଼ିଆ କ୍ରିକେଟର ମାଧୁରୀ ମେହେତା ମଧ୍ୟ ଇଣ୍ଡିଆ-ସି’ ଦଳରେ ଖେଳିବେ। ପ୍ରତ୍ୟେକ ମ୍ୟାଚ ସକାଳ ୧୧ଟାରୁ ଆରମ୍ଭ ହେବ। ପ୍ରଥମ ଇନିଂସ ୧୨ଟା ୪୫ ପର୍ଯ୍ୟନ୍ତ ଖେଳାଯିବା ପରେ ୧୫ ମିନିଟ୍‌ର ବିଶ୍ରାମ ଦିଆଯିବ। ପୁଣି ୧୨ଟା ୩୦ରୁ ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦ୍ଵିତୀୟ ପାଳି ଖେଳାଯିବ।

ଅଂଶ ଗ୍ରହଣକାରୀ ଦଳ

ଭାରତ-ଏ’: ହରମନପ୍ରିତ କୌର(ଅଧିନାୟକ), ତନିୟା ଭାଟିଆ(ୱିକେଟ ରକ୍ଷକ), ଶିଭାଲି ସିନ୍ଧେ(ୱିକେଟରକ୍ଷକ), ଜାସିଆ ଅକତର୍, ଶ୍ରୀୟା ପୁନିଆ, ଦିପ୍ତୀ ଶର୍ମା, ଦେବିକା ବୈଦ୍ୟ, ସ୍ନେହ ରାଣା, ମାନଷି ଜୋଶୀ, ମେଘନା ସିଂ, କୋମଲ ଝଞ୍ଜଡ, ମିନୁ ମାନି, ରାଧା ଯାଦବ, ଭାରତୀ ଫୁଲମଳି।

ଭାରତ-ବି’: ସ୍ମ୍ରିତି ମନ୍ଧାନା(ଅଧିନାୟକ), ସୁଷମା ବର୍ମା(ୱିକେଟରକ୍ଷକ), ଆର୍.କଳ୍ପନା(ୱିକେଟରକ୍ଷକ), ଭନିଥା ଭି.ଆର୍, ଜେମିଆ ରୋଡ୍ରିଗୁଇସ୍, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ଭସ୍ତ୍ରକାର, ଶୀକ୍ଷା ପାଣ୍ଡେ, ରେଣୁକା ସିଂ, ଅଞ୍ଜଳି ସାର୍ଭଣି, ସୁଶ୍ରୀ ଦିବ୍ୟାଦର୍ଶିନୀ, ଟି.ପି.କଅଁର, ରିଚା ଘୋଷ।

ଭାରତ-ସି’: ବେଦ କ୍ରିଷ୍ଣାମୂର୍ତ୍ତି(ୱିକେଟରକ୍ଷକ), ନୁଜହତ ଌରୱିନ୍(ୱିକେଟରକ୍ଷକ), ସଫାଳି ବର୍ମା(ୱିକେଟରକ୍ଷକ), ୟସ୍ତିକା ଭାଟିଆ, ଡି.ହେମଲତା, ହର୍ଲିନ୍ ଦେଓଲ, ମନାଲି ଦକ୍ଷସିନି, ଜିନ୍ସି ଜର୍ଜ, ଅରୁନ୍ଧତି ରେଡ୍ଡି, ମୋନିକା ପଟେଲ, ବୃଷାଲି ଭଗତ, ରାଜେଶ୍ୱରୀ ଗାୟକୱାଡ୍, ତନୁଶ୍ରୀ ସରକାର, ମାଧୁରୀ ମେହେତା।

କ୍ରୀଡ଼ା ସୂଚୀ

  • ୪ତାରିଖ – ଭାରତ-ଏ’ ବନାମ ଭାରତ-ବି’
  • ୫ତାରିଖ – ଭାରତ-ବି’ ବନାମ ଭାରତ-ସି’
  • ୬ତାରିଖ – ଭାରତ-ସି’ ବନାମ ଭାରତ-ଏ’
  • ୭ତାରିଖ – ଭାରତ-ବି’ ବନାନ ଭାରତ-ଏ’
  • ୮ତାରିଖ – ଭାରତ-ସି’ ବନାମ ଭାରତ-ବି’
  • ୯ତାରିଖ – ଭାରତ-ଏ’ ବନାମ ଭାରତ-ସି’
  • ୧୦ତାରିଖ – ଫାଇନାଲ୍

Comment