ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ସରକାର ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଆସାମ ସରକାର ପ୍ରତ୍ୟେକ ନବବଧୂଙ୍କୁ ଏକ ତୋଳା ବା ୧୧.୬୬ ଗ୍ରାମ ସୁନା ଦେବେ।

ଏହି ସୁବିଧା ଅରୁନ୍ଧତୀ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ଝିଅଙ୍କ ବାପା ମା’ଙ୍କୁ ବିବାହ ସମୟରେ ଦିଆଯିବ। ଏକ ତୋଳା ସୁନା ଲାଗି ୩୮ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି।

ଏହା ଛଡା ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦିଆଯିବ। ଆସାମାର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ  ଶର୍ମା ବଜେଟ ଉପସ୍ଥାପନ ବେଳେ ଏହା ଘୋଷଣା କରିଛନ୍ତି।

Comment