ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ବର୍ଷଠାରୁ ୨ ବର୍ଷ ବଦଳରେ ୪ ବର୍ଷ ହେବ ବି. ଇଡି।  +୨ ପରେ ଆଡମିଶନ କରିପାରିବେ ବିଦ୍ୟାର୍ଥୀ।

ଆସନ୍ତା ବର୍ଷଠାରୁ ବି.ଇଡି (ବ୍ୟାଚଲର ଅଫ୍‌ ଏଡୁକେସନ) କୋର୍ସର ଅବଧି ୨ ବର୍ଷ ବଦଳରେ ୪ ବର୍ଷ ହେବ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଗୁରୁବାର ସୂଚନା ଦେଇଛନ୍ତି। ତେବେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଥମେ ଶିକ୍ଷକ ସ୍ତରରେ ପରିବର୍ତ୍ତନ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜାଭେଦକର କହିଛନ୍ତି।

  ପ୍ରକାଶ ଜାଭେଦକର

କେନ୍ଦ୍ର ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିବା କନଫରେନ୍ସର ଦ୍ୱିତୀୟ ଦିନରେ ପ୍ରଧାନ ଆଚାର୍ଯ୍ୟଙ୍କୁ ସମ୍ବୋନ୍ଧିତ କରି ଜାଭେଦକର କହିଛନ୍ତି ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ପ୍ରାର୍ଥୀଙ୍କ ପାଇଁ ବି.ଇଡି ଶେଷ ବିକଳ୍ପ ରହୁଛି। ଏହା ପ୍ରଥମ ବିକଳ୍ପ ହେବା ଆବଶ୍ୟକ।

ଦ୍ଵାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମିଳିବ ଫାଇଦା

ଏହି ନିୟମ ଲାଗୁ ହେବାପରେ ଦ୍ଵାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଲାଭ ହେବ। ସେମାନେ +୨ ପରେ ବି.ଇଡି କୋର୍ସରେ ନାମ ଲେଖାଇ ପାରିବେ। ପୂର୍ବରୁ ବି.ଇଡି କୋର୍ସ କରିବା ପାଇଁ ବିଦ୍ୟାର୍ଥୀଙ୍କୁ ଗ୍ରାଜୁଏସନ ଶେଷ କରିବାକୁ ପଡ଼ୁଥିଲା। ଆସନ୍ତା ବର୍ଷଠାରୁ ଏଥିରେ ପରିବର୍ତ୍ତନ ହେବ।

କ’ଣ ପାଇଁ ହେବ ୪ ବର୍ଷ କୋର୍ସ?

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କହିବା ଅନୁସାରେ ଏହି ନିୟମର ଉଦ୍ଦେଶ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବା। ତେଣୁ ପ୍ରଥମେ  ଶିକ୍ଷକ ସ୍ତରରେ ପରିବର୍ତ୍ତନ ହେବା ଆବଶ୍ୟକ କାରଣ ବି.ଇଡି ବିଦ୍ୟାର୍ଥୀ ଯେମିତି ଶିକ୍ଷା ପାଇବେ ପରବର୍ତ୍ତୀ ସମୟରେ ସେମାନେ ବିଦ୍ୟାର୍ଥୀଙ୍କୁ ସେହିପରି ଶିକ୍ଷା ଦେବେ। ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ହେଲେ ପ୍ରଥମେ ଶିକ୍ଷକ ସ୍ତରରେ ପରିବର୍ତ୍ତନ ହେବା ଦରକାର।

ପୂର୍ବରୁ ଏହି କୋର୍ସ ୧ ବର୍ଷର ଥିଲା। ଏଥିରେ ପରିବର୍ତ୍ତନ କରାଯାଇ କୋର୍ସ ଦୁଇ ବର୍ଷ କରାଯାଇଥିଲା। ଏବେ ଏଥିରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି।

Comment