ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଟିଇଟି ପରିକ୍ଷାର ବଞ୍ଚିତ ହେଉଛନ୍ତି। ଦୀର୍ଘଦିନ ଧରି ଦାବି ପରେ ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ।

ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମନ୍ୱିତ ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀମାନେ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରୁ ବଞ୍ଚିତ ହେଉଛନ୍ତି। ଏନେଇ ଦୀର୍ଘ ଦିନ ଧରି ଦାବି ପରେ ଜିଲ୍ଲା ପ୍ରଶାସନଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତି କରାଯାଇଥିଲା। ସେଥିରୁ କିଛି ସୁଫଳ ନମିଳିବାରୁ ଛାତ୍ରଛାତ୍ରୀମାନେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ମଙ୍ଗଳବାର ଛାତ୍ରଛାତ୍ରୀମାନେ ପଦଯାତ୍ରାରେ ଭବନେଶ୍ୱର ଅଭିମୁଖେ ବାହାରିଥିଲେ। ଏନେଇ ଖବର ପ୍ରଚାର ହେବା ପରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଚେତା ଫେରିଥିଲା। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ଓ ପୋଲିସ ଅଧିକାରୀମାନେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ସାରସକଣା ବିଧାୟକ ବୁଧାନ ମୁର୍ମୁ  ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଶେଷରେ ମୟୁରଭଞ୍ଜ ଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

ଆଗାମୀ ତିନିଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହି ଶେଷରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ।

Comment