ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚରୁ ନାବାଳିକା ଗର୍ଭବତୀ ଖବର ଆସୁଛି। ଏହି ଘଟଣା ପରେ ସଚେତନାରେ ଅଭାବ ରହୁଥିବା ସାଧାରଣ ଲୋକ କହୁଛନ୍ତି।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପରେ ଏବେ ଉଦଳାରେ ଏକ ଆଶ୍ରମରେ ରହୁଥିବା ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ଆସୁଛି।

ସୂଚନାନୁସାରେ ଛାତ୍ରୀ ଜଣଙ୍କ ଆଶ୍ରମରେ ରହି ପାଠପଢୁଥିଲେ। ତାଙ୍କ ଘର ମୟୂରଭଞ୍ଜର କପ୍ତିପଦା ଅଞ୍ଚଳରେ। ସେ ନବନ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଶ୍ରମ ପ୍ରଧାନଶିକ୍ଷକ ଏ ନେଇ ଜାଣିବାପରେ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି। ମାତ୍ର ଛାତ୍ରୀଙ୍କ ଏ ଅବସ୍ଥା ପାଇଁ କିଏ ଦାୟୀ ତା ବିରୋଧରେ ପୋଲିସ କେତେ ଶୀଘ୍ର ପଦକ୍ଷେପ ନେବା ତାହାକୁ ଅପେକ୍ଷା।

Comment